ଡାକ୍ତରାଣୀଙ୍କ ଅଵେହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ

172
ADVERTISEMENT

ଗଜପତି,୦୮/୦୮(ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲା କାଶୀନଗରର ବଡ ମାଜଲା ସାହିର ଜଣେ ମହିଳା ସି,ଏଚ, ଆଲବେଲିଙ୍କୁ ସାପ କାମୁଡି ଦେଇଥିଲା । ଫଳରେ ତାଙ୍କୁ କାଶୀନଗର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ସେହି ମେଡିକାଲ ରେ ଥିବା ଡାକ୍ତରାଣୀ ଡଃ. ପ୍ରଞାଦେବୀ ତାଙ୍କୁ ଏକ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ କରିବାରୁ ମହିଳା ଜଣକର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତରାଣୀ ଙ୍କ ଏଭଳି ଅବହେଳା ଯୋଗୁଁ ଅନେକ ଲୋକଙ୍କ ଜୀବନ ସଂଗେ ଖେଳ ଖେଳୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ସେହି ମହିଳାଙ୍କ ପରିବାରକୁ ନ୍ୟାୟ ପାଇବା ପାଇଁ ଆଜି କାଶୀନଗର ମେଡିକାଲ କୁ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisement