ଲଗାଣ ବର୍ଷାରେ ରାସ୍ତା ଧୋଇଗଲା, ଯାତାୟତ ବାଧାପ୍ରାପ୍ତ

190
ADVERTISEMENT

କୋଦଳା ,୦୮/୦୮(ଏଜେନସି ) : ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠସରସିଙ୍ଗୀ ଠାରୁ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ପ୍ରତିଦିନ ଶହ ଶହ ସଂଖ୍ଯାରେ ବସ୍, ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ହେଉଥିବା, ବେଳେ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତାର ଶିକୁଳା ପୂର୍ବରୁ ଥିବା ଏକ ପୋଲ ନିକଟରେ ବର୍ଷା ପାଣି ଧସେଇ ରାସ୍ତା ବାହ୍ଯ ଜଗତରୁ ବିଛିନ୍ନ ହୋଇ ପଡିଛି । ଫଳରେ ବହୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ଆଖପାଖ ଅଞ୍ଚଳରୁ ଲୋକମାନେ କୋଦଳା ଓ ପୁରୁଷୋତ୍ତମପୁର ବଜାରକୁ ଯିବା ଅସମ୍ଭବ ହୋଇ ପଡିଛି। ପୂର୍ବରୁ ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ପୂର୍ବେ ନିମ୍ନମାନର କାମକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ବର୍ତ୍ତମାନ ବର୍ଷା ପ୍ରଭାବରେ ସମ୍ପୂର୍ଣ ଧୋଇ ହୋଇଗଲା ରାସ୍ତା ।

Advertisement