
କନ୍ଧମାଳ,୦୮/୦୮(ଏଜେନସି ) : ବାଲିଗୁଡା 59ନମ୍ବର ଜାତୀୟ ରାଜପଥ ବାଟାଗୁଡା ଠାରେ ଅସ୍ଥାୟୀ ପୋଲ ପ୍ରବଳ ବର୍ଷାରେ ଧୋଇ ହୋଇଯାଇଥିଲା । ଫଳରେ ଦୂରଦୂରାନ୍ତରରୁ ଆସିଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ କରୁଥିଲେ ଆଜି ସକାଳୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନଗର ଉପାଧକ୍ଷ ଲୋକନାଥ ପାଢ଼ୀ,ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ସେହି ଯାଗାକୁ ଯାଇଥିଲେ । ଲୋକଙ୍କ ସମସ୍ୟା ବୁଝିବାସହ ଧୋଇ ହୋଇ ଯାଇଥିବା ଶଙ୍ଖକୁ ମରାମତି କରି ଶୀଘ୍ର ତ୍ୱରାନ୍ୱିତ କରି, ଯାତାୟତର ସୁବିଧା କରାଇଥିଲେ ।