ଘୋଡ଼ାହାଡ଼ ନଦୀର ଜଳପତନ ବୃଦ୍ଧି : ଉପକୂଳବର୍ତି ଅଂଚଳବାସୀ ଆତଙ୍କିତ

274
ADVERTISEMENT

ହିଂଜିଳିକାଟୁ, ୦୮/୦୮(ଶେଷଦେବ ସାହୁ): ଗତ ୩ ଦିନ ଧରି ସ୍ଥାନୀୟ ଅଂଚଳରେ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ହିଂଜିଳିକାଟୁ ସହର ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ନଦୀର ଜଳପତନ ୧୦ ପୁଟ ଉଚ୍ଚତାରେ ପ୍ରବାହିତ ହେଉଥିବା ଯୋଗୁଁ ନଦୀ ଉପକୂଳବର୍ତି ଗ୍ରାମାଂଚଳର ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ୧୪ ମିମି ବର୍ଷା ହୋିଥିବା ବେଳେ ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୧୪ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି । ଲଗାଣ ବର୍ଷା ଫଳରେ ନଦୀ ଜଳ କ୍ରମଶଃ ବୃଦ୍ଧି ପାଉଊଥିବା ଯୋଗୁଁ ନଦୀ ଉପକୂଳବର୍ତି ସିକିରି, ଖରିଡ଼ା, ଆଲପୁର, ଗିରିଆ, ନରାୟଣପୁର, ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, କାଂଜିଆମା, ତହଁର, ପିତଳ ପ୍ରଭୃତି ଗ୍ରାମର ଜନସାଧସାରଣ ଆତଙ୍କିତ ହୋଇପଡ଼ିଥିବା ଜଣାପଡ଼ିଛି । ଗତ ଅକ୍ଟୋବର ମାସରେ ହୋଇଥିବା ସାମୁଦ୍ରିକ ଝଡ଼ ତିତ୍ଲି ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ହିଂଜିଳିକାଟୁ ବ୍ଳକର ବହୁ ଗ୍ରାମ ପାଣି ଘେରରେ ରହିଯାଇଥିଲେ । ହଜାର ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା । ତିତ୍ଲିର ଭୟ ମନରୁ ନଲିଭୁଣୁ ପୁଣି ଥରେ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ନଦୀ ଉପକୂଳବର୍ତି ଗ୍ରାମାଂଚଳର ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ଆଗକୁ ମଧ୍ୟ ଲଗାଣ ବର୍ଷାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏ ନେଇ ଜଳସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ ପାଳଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ବର୍ତମାନ ପରିସ୍ଥିତିରେ କୌଣସି ପ୍ରକାର ବିପଦ ଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଯଦି ବୁଧବାର ରାତି ତମାମ ବର୍ଷା ଲାଗି ରହେ ତାହେଲେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇପାରେ । ପରିସ୍ଥିତିକୁ ଆଖି ଅଗରେ ରଖି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି । ଆବଶ୍ୟକ ସମୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

Advertisement