ADVERTISEMENT
Home ଆଞ୍ଚଳିକ ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

433
ADVERTISEMENT

ହିଂଜିଳିକାଟୁ,୭/୮ (ଶେଷଦେବ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର । ଶ୍ରାବଣ ମାସରେ ମଧ୍ୟ ମୁଣ୍ଡଫଟା ଖରା ହେଉଥିଲା ।ଚାଷ ଜମି ସବୁ ଫାଟି ଅାଁ ହୋଇଯାଇଥିବା ବେଳେ ବିଲରେ ଗଜା ମରୁଡ଼ି ପ୍ରାୟ ସମସ୍ୟା ସୃଷ୍ଟି ହୋଇଥିଲା । ହେଲେ ଉକ୍ତ ସମସ୍ୟା ଏବେ ହିଂଜିଳିକାଟୁ ବ୍ଳକ ଅଂଚଳରୁ ଟଳି ଯାଇଥିବା ଦେଖିବାକୁ ମିଳିଛି । ଗତ ୩ ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ସବୁ ଚାଷ ଜମିରେ ଏବେ ପାଣି ଭର୍ତି ହୋଇଯାଇଛି । ଗତ ୩ ଦିନ ଧରି ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ହିଂଜିଳିକାଟୁ ବ୍ଳକର ସମସ୍ତ ଚାଷ ଜମିରେ ଧାନ ଚାଷ ସକାଶେ ଆବଶ୍ୟକ ପରିମାଣର ବର୍ଷା ହୋଇଥିବା ଚାଷୀ ମାନେ କହିଛନ୍ତି । ଜୁଲାଇ ମାସରେ ସମୁଦାୟ ୩୪ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଥିବା ବେଳେ ଅଗଷ୍ଟ ମାସ ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ୧୨୯ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି । ସେମାବାର ବିଳମ୍ବିତ ରାତିରୁ ବୁଧବାର ଦିନ ତମାମ ବର୍ଷା ଲାଗି ରହିଥିବା ଯୋଗୁଁ ସ୍ଥାନୀୟ ଅଂଚଳର ଖରିଫ ଫସଲ ସୁଧୁରିଯିବା ସମ୍ଭାବନା ରହିଛି । ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଚାଷୀ ମାନେ ଖୁସି ମନରେ ଚାଷ ବିଲରେ ତଳି ରୁଆ ବେଉଷଣ କାର୍ଯ୍ୟରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ହିଂଜିଳିକାଟୁ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କପାଇଁ କଲ୍ୟାଣ ପ୍ରାୟ ହୋଇଥିବା ବେଳେ ସାମ୍ଭାବ୍ୟ ତଳି ପୋଡ଼ା ସମସ୍ୟାକୁ ଏଡ଼ାଇ ଦେଇପାରିଥିବାରୁ ଚାଷୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ହିଂଜିଳିକାଟୁ ବ୍ଳକର ଅଧିକାଂଶ ଚାଷ ଜମି ବର୍ଷା ଉପରେ ନିର୍ଭରଶୀଳ ହୋଇଥିବାରୁ କିଛି ଦିନ ଧରି ସ୍ଥାନୀୟ ଅଂଚଳରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଚାଷୀଙ୍କମନରେ ଖୁସିର ଲହରୀ ଖେଳିଯିବା ସହ ଆନନ୍ଦ ମନରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।

Advertisement