ବ୍ରହ୍ମପୁର,୦୭/୦୮(ରାଜେଶ ରଣା) : ସାରା ରାଜ୍ୟରେ ଲାଗିରହିଛି ଲଘୁଚାପ ଜନିତ ବର୍ଷା l ବ୍ରହ୍ମପୁର ସହରରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗିରହିଥିବା ବେଳେ ସହରର ଅନେକ ସ୍ଥାନରେ ପାଣି ଜମି ରହିଛି l ଆଜି ଅପରାହ୍ନ ରେ ଲାଂଜିପଲ୍ଲୀ ଫାଣ୍ଡି ସମ୍ମୁଖ ରାସ୍ତାରେ ଏକ ଘରୋଇ କଲେଜ ର ବସ ଛାତ୍ର ଛାତ୍ରୀ ଙ୍କୁ ନେବା ବେଳେ ରାସ୍ତା ଦବି ଯାଇ ବସ ର ଚକ ଖାଲ ଭିତରେ ଫସି ଯାଇଥିଲା l ଅଳ୍ପକେ ଅନେକ ଛାତ୍ର ଛାତ୍ରୀ ଏହି ଦୁର୍ଘଟଣାରୁ ବର୍ତି ଯାଇଥିଲେ l ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା l ସେଠାରେ ଏକ ବିରାଟ ଗର୍ତ୍ତ ହୋଇଯାଇଥିବାରୁ ଅଞ୍ଚଳବାସୀ ଉଛ କର୍ତୃପକ୍ଷ ଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି l