Thursday, November 12, 2026
ADVERTISEMENT
Home ଆଞ୍ଚଳିକ ବଡମେଡିକଲ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ସାମାନାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ

ବଡମେଡିକଲ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ସାମାନାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ

154
ADVERTISEMENT

ବ୍ରହ୍ମପୁର,୧୯/୩(ସୁଦାମ ମହାରଣା): ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ ସାମନା ଏକ ଚାହା ଦୋକାନର ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଛି ।ବିସ୍ଫୋରଣରେ କେହି ଆହତ ହୋଇନଥିବା ଜଣାପଡିଛି ।ବିସ୍ଫୋରଣରେ ବଡ ଶଦ୍ଦ ସୃଷ୍ଟି ହୋଇଥିବା ବେଳେ ସିଲିଣ୍ଡର ଗୋଟିଏ ଭାଗ ୨୦୦ ଫୁଟ ଦୂରରେ ଭୌତିକ ଚିକିତ୍ସା ଓ ଥଇଥାନ କେନ୍ଦ୍ର ୱ।ଲରେ ପିଟି ହୋଇ ରୋଡରେ ପଡିଥିଲା । ଅନ୍ୟ ଭାଗଟି ଏକ ଭଗ୍ନ ନଳା ଭିତରେ ପଶିଯାଇଥିଲା। ସ୍ଥାନୀୟ ଅଞ୍ଚଳର ରୋଗୀଙ୍କ ମନରେ କୋକୟା ଭୟ ସୃଷ୍ଟି ହୋଇଯାଇଛି ।

ମେଡିକାଲ ପରିସରରେ କେଉଁ ବିଭାଗ ଗ୍ୟାସ ସିଲିଣ୍ଡର ବ୍ୟବହାର କରିବାର ପାଇଁ ଦୋକାନୀମାନଙ୍କୁ ଅନୁମତି ଦେଇଛି ତାହା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି କେଉଁ କାରଣରୁ ବିସ୍ଫୋରଣ ଘଟିଥିଲା ଅନୁଧ୍ୟାନ କରିଛନ୍ତି । ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ସ୍ଥାନୀୟ ଦୋକାନୀ ମାନଙ୍କୁ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରିବା ପାଇଁ କହିଥିଲେ ।

Advertisement