ଦୁର୍ଦାନ୍ତ ଅପରାଧୀ ଚକାକୁ କୋର୍ଟ ସମ୍ମୁଖରୁ ଉଠାଇନେଲା ହିଂଜିଳି ପୋଲିସ

193
ADVERTISEMENT

ହିଂଜିଳିକାଟୁ, ୭/୮, (ଶେଷଦେବ ସାହୁ): ଗଂଜାମ ପୋଲିସ ମୋଷ୍ଟ ୱାଟେଂଡ଼ ତାଲିକାରେ ଥିବା ଦୁର୍ଦାନ୍ତ ଅପରାଧୀ ଚକାନୟନ ପରିଡ଼ା ଓରଫ୍ ଚକାକୁ ମଙ୍ଗଳବାର ଅପରାହ୍ନରେ ହିଂଜିଳି ପୋଲିସ ସ୍ଥାନୀୟ ଜେଏମଏଫସି ନ୍ୟାୟଳୟ ସମ୍ମୁଖରୁ ଉଠାଇନେଇଛି । ଚକାର ଘର ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ମାଟିଖାଲ । ପ୍ରକାଶ ଥାଉକି, ଚକା ବିରୋଧରେ ହିଂଜିଳି ଥାନରେ ଗତ ୨୦୦୬ ମସିହାରେ ୨ ଟି ମାମଲା ରହିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ଚକା ଉଚ୍ଚ ନ୍ୟାୟଳୟରୁ ସର୍ତମୂଳକ ଜାମିନ ପାଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜେଏମଏଫସି ନ୍ୟାୟଳୟରେ ଆତ୍ମ ସର୍ମପଣ କରିଥିଲା । କୌଣସି ସୁତ୍ରରୁ ଖବର ପାଇ ହିଂଜିଳି ପୋଲିସର ଏକ ସ୍ୱତନ୍ତ୍ର ଟିମ ସାଧା ପୋଷାକରେ ଛକି ରହିଥିବା ବେଳେ କୋର୍ଟରୁ ଚକା ବାହାରକୁ ଆସିବା ବେଳେ ପୋଲିସ ଉଠାଇ ନେଇଥିଲା ।

Advertisement