କୁକୁଡାଖଣ୍ଡି,୭/୮(ଇ ରଞ୍ଜନ ) : ଲୋଚାପଡା ଠାରୁ ଜଗଦଳପୁରକୁ ଆସୁଥିବା କେନାଲ ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଜି ଅପରାହ୍ନରେ ଏହି ରାସ୍ତାଦେଇ ଯାଉଥିବା (ଓଡି୨୯ସି୫୪୬୯) ଏକ ପିକଅପ ଭ୍ୟାନ ରାସ୍ତାରେ ଦବିଯାଇଥିଲା ଫଳରେ ଦୀର୍ଘ ସମୟ ଧରି ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ଏଲଏଣ୍ଡଟି କମ୍ପାନୀ ପାଣିପାଇପ ବିଛାଇବା ପରେ ରାସ୍ତାକୁ ନପୋତିବାରୁ ଏପରି ଅବସ୍ଥା ହେଉଥିବା ଅଞଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚ କତ୍ତୃପଷ ଦୃଷ୍ଟିଦେବାକୁ ଦାବି ହୋଇଛି ।