Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ବାଲି ଚାଲାଣ କରୁଥିବା ୭ ହାଇୱ। ଜବତ : ୪ଗିରଫ

ବେଆଇନ ବାଲି ଚାଲାଣ କରୁଥିବା ୭ ହାଇୱ। ଜବତ : ୪ଗିରଫ

276
ADVERTISEMENT

ବ୍ରହ୍ମପୁର,୭/୩,(ସୁଦାମ ମହାରଣା) : ବେଆଇନ ବାଲି ଚାଲାଣ ହେଉଥିବା ସୂଚନା ପାଇ ପୁରୁଷୋତ୍ତମପୁର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଜାମୁନି ,ନନ୍ଦିକ ନଦୀପଠା ଅଞ୍ଚଳରେ ଚଢ଼ାଉ କରିଥିଲେ ।ସେଠାରୁ ୭ଗୋଟି ହାଇୱ। ଗାଡି ସହ ୪ଜଣ ଚାଳକଙ୍କୁ ଧରିଥିଲା ପୋଲିସ ।ଥାନା ରେ ଚାରିଗୋଟି ମାମଲା(୭୫,୭୬,୭୭,୭୮) ରୁଜୁ ହୋଇଥିବା ବେଳେ ଚାରି ଜଣ ଚାଳକ ହେଲେ ବଳରାମ ଜେନା, ଶଶିକାନ୍ତ ପାଣିଗ୍ରାହୀ, ଗୋଲକ ସାହୁ, ବଳରାମ ସ୍ବାଇଁଙ୍କୁ ଗିରଫ କରାଯାଇଛି। ଏହି ୭ଟି ହାଇୱ। ଗାଡି ଠାରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ତହସିଲ ପକ୍ଷରୁ ୮୦ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଚଢ଼ାଉ ଟିମ୍ ରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ସୁନିଲ କୁମାର ପ୍ରଧାନ, ଏ ଏସ ଆଇ ରବିନ୍ଦ୍ର କୁମାର ପାଣିଗ୍ରାହୀ, ପଦ୍ମନାଭ ଗୌଡ ପ୍ରମୁଖ ସାମିଲ ହୋଇଥିଲେ ।

Advertisement