Monday, September 21, 2026
ADVERTISEMENT
Home ଆଞ୍ଚଳିକ ସାତମାଇଲ ଛକରେ ରହିଥିବା ଜନସେବା କେନ୍ଦ୍ରରେ ପୋଲିସର ଅଚାନକ ଚଢାଉ ,

ସାତମାଇଲ ଛକରେ ରହିଥିବା ଜନସେବା କେନ୍ଦ୍ରରେ ପୋଲିସର ଅଚାନକ ଚଢାଉ ,

332
ADVERTISEMENT

ପାରଳାଖେମୁଣ୍ଡି,୬/୮(ପ୍ରଭାତ କୁମାର ପାତ୍ର ): ସାତମାଇଲ ଛକରେ ରହିଥିବା ଜନସେବା କେନ୍ଦ୍ରରେ ପୋଲିସର ଅଚାନକ ଚଢାଉ , ନକଲି ଦସ୍ତାବିଜ ମାଧ୍ୟମରେ ଆଧାରକାର୍ଡ଼ ତିଆରି ଓ ସଂଶୋଧନ କରାଯାଉଥିବା ଅଭିଯୋଗରେ ପୋଲିସର ଚଢାଉ, ଏସ୍ପି ସାରାସର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ ସେଠାରେ ବ୍ୟବହାର ହେଉଥିବା ଲାଫଟାଫ୍ , କମ୍ପୁଟର , ପ୍ରୀଣ୍ଟରକୁ ଜବତ କରିବା ସହ ୪ଜଣ କର୍ମଚାରୀ ଅଟକ ରଖି ପଚରା ଉଚରା କରୁଛି । ସେହି କେନ୍ଦ୍ରରେ ଦିର୍ଘଦିନ ଧରି ବେଆଈନ ଭାବରେ ନକଲି ଦସ୍ତାବିଜ ସାହାଯ୍ୟରେ ଆଧାରକାର୍ଡ଼ ସଂଶୋଧନ କରୁଥିଲେ ଏମିତିକି କୌଣସି ଦସ୍ତାବିଜ ନଥାଇ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କ ଓଡିଶାର ଆଧାର ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ପୋଲିସ ସୁଯୋଗ ଅପେକ୍ଷାରେ ଥିଲା ଆଜି ହଟାତ ଅଚାନକ ଭାବରେ ଚଢାଉ କରିଛି ତଦନ୍ତ ପରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ସାରାସର୍ମା କହିଛନ୍ତି ।

Advertisement