Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ସିହଳାରେ ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

ସିହଳାରେ ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

220
ADVERTISEMENT

କୁକୁଡ଼ାଖଣ୍ଡି,୨୨/୦୨/୨୧(ଇ.ରଞ୍ଜନ) :ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରବିବାର ସନ୍ଧ୍ୟାରେ ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସି ଶକ କରିଛନ୍ତି। ଏହି ଅବସରରେ ସରପଞ୍ଚଙ୍କ ବିପ୍ରଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ସିହଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ଏଇଇ ସୁଜିତ କୁମାର ତହଲ, ସାରଥୀ ଗୌଡ଼, ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ, ନିରୁପମା ପାତ୍ର, ଯତିନ୍ଦ୍ର ପାତ୍ର, ରାଧା ମୋହନ ସେଠୀ, କୈଳାଶ ବିଷୋୟ, ପ୍ରମୁଖ ଉପସ୍ଥିତି ହୋଇଥିଲେ । ପରେ ଜୁଗୁଡି ଗ୍ରାମର ଶ୍ମଶାନ ମଣ୍ଡପର ଉଦଘାଟନ, ଶୁଣ୍ଢୀ ସାହି କୋଠଘର ଉଦଘାଟନ ,ବଡ ସାହି ଠାକୁରାଣୀ ମନ୍ଦିର ପାଚେରୀର ଭିର୍ତ୍ତି ପ୍ରସ୍ତର ସ୍ଥାପନ, ଶିବ ମନ୍ଦିରର ପାଚେରୀ ଭିର୍ତ୍ତିପ୍ରସ୍ତରସ୍ଥାପନ ଓ ପ୍ରତିଷ୍ଠା ଉତ୍ସବର ଯୋଗଦେଲେ। ଚନ୍ଦନପୁର ଗ୍ରାମର ବହୁମୂଖୀ କେନ୍ଦ୍ରର କମ୍ୟୁନିଟି ସେଣ୍ଟର ଉଦଘାଟନ ଓ ଭିର୍ତ୍ତି ପ୍ରସ୍ତରସ୍ଥାପନ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।

Advertisement