କନ୍ଧମାଳ,୬/୮ଏଜେନସି : କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକସ୍ତରିୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପଞ୍ଚାୟତ ସମିତି ସଭାଗୃହରେ ସମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ। ଏହି ବୈାଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ଅଧକ୍ଷ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପ୍ରାତଃ ୭ଟାରେ ପତକା ଉତୋଳନ କରାଯିବ ଓ ପ୍ରାତଃ ୮ଟାରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ସଭାହେବ ବୋଲି ସ୍ଥିର ହୋଇଥିଲା । ହାଇସ୍କୁଲ ପଡିଆରେ ଜନସମାବେଶ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ କ୍ରୀଡା ବକ୍ତୃତା ରଚନା ଗୀତ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ। କୃତି ପ୍ରତିଯୋଗିତାଙ୍କୁ ସ୍ବାଧିନତା ଦିବସରେ ପୁରସ୍କୃତ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଉକ୍ତ ବୈାଠକରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।