Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଉତ୍କଳ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ...

ଉତ୍କଳ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

210
ADVERTISEMENT

ବ୍ରହ୍ମପୁର,୦୮/୦୨/୨୧(ଇ.ରଞ୍ଜନ) : ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମିଳନୀ ବୈଠକ ରବିବାର ବ୍ରହ୍ମପୁର ପ୍ରାନ୍ତରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମାଁ ତାରାତାରିଣୀ ସ୍ଥିତ କୈବର୍ତ୍ତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାପତି ନିର୍ବାଚନ ସମିଳନୀରେ ତତ୍ୱାବଧାରକ ଭାବେ ଉତ୍କଳରାଜ୍ୟ ଶିକ୍ଷକ ସଂଘର ମହାସଚିବ ଅମୀୟ କୁମାର ଦାଶ ଓ ଉପ ସଭାପତି ସଂଗୀତା ଦାଶ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ l ଉକ୍ତ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଭାବେ ନିର୍ବାଚିତ କୁକୁଡାଖଣ୍ଡି ବ୍ଲକର ଶିକ୍ଷକ ସାରଥି ପାତ୍ରଙ୍କୁ ସଭାପତି ଦାୟିତ୍ୱରେ ମନନୀତ କରିଥିବା ବେଳେ ଧର୍ମାରାଜ ରେଡ୍ଡୀଙ୍କୁ ଉପ ସଭାପତି ଦାୟିତ୍ୱ ମିଳିଛି । ସେହିପରି ଉପ ସଭା ନେତ୍ରୀ ଡି. ଗୌରୀ ସାଧାରଣ ସମ୍ପାଦକ ଭାବେ ହିଞ୍ଜିଳି କାଟୁ ବ୍ଲକର ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାରଣା ରହିଛନ୍ତି ,ସଙ୍ଘଟନ ସମ୍ପାଦକ ଭାବେ ତ୍ରିନାଥ ନାୟକ ଙ୍କୁ ଶିକ୍ଷକ ସଂଘ ତରଫରୁ ମନନୀତ କରାଯାଇଛି ଯୁଗ୍ମ ସମ୍ପlଦକ ତାଲିକାରେ ସମୀର କୁମାର ଜେନା ସୁଧୀର କୁମାର ଜେନା, ସିମାଞ୍ଚଳ ସାହୁ, ବାବୁଲା ଡାକୁଆ ରହିଛନ୍ତି କୋଷାଧକ୍ଷ ଅବନୀ କୁମାର ପଟ୍ଟନାୟକ ଜିଲ୍ଲା ସମ୍ପାଦକ ଦେବ ବ୍ରତ ପଟ୍ଟନାୟକଙ୍କୁ ନୂତନ ଭାବେ ଚୟନ କରି ଶିକ୍ଷକ ସଂଘ ତରଫରୁ ନେତୃତ୍ୱ ନେବା ପାଇଁ ଚୟନ କରାଯାଇଛି l

Advertisement