Sunday, September 27, 2026
ADVERTISEMENT
Home ମନୋରଞ୍ଜନ ଧାରା ୩୭୦ ହଟିବା ନେଇ ନିଜ ନିଜର ଖୁସି ପ୍ରକାଶ କଲେ ବଲିଉଡ୍‌ କଳାକାର

ଧାରା ୩୭୦ ହଟିବା ନେଇ ନିଜ ନିଜର ଖୁସି ପ୍ରକାଶ କଲେ ବଲିଉଡ୍‌ କଳାକାର

323
ADVERTISEMENT

ମୁମ୍ବାଇ,୫/୮ଏଜେନସି : କଶ୍ମୀରରୁ ୭୨ ବର୍ଷ ପୁରାତନ ଧାରା ୩୭୦ ହଟିବା ନେଇ ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ଟୁଇଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅଭିନେତା ପରେଶ ରାଓ୍ବଲ କହିଛନ୍ତି ଭାରତ ମାତା ଶେଷରେ ସ୍ବାଧୀନତା ହାସଲ କରିଛି । ଅପରପକ୍ଷରେ ନିର୍ଦ୍ଦେଶକବିବେକ ଶର୍ମା ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ସମ୍ଭବ ହୋଇଥିବା କହିଛନ୍ତି । ଅଭିନେତ୍ରୀ ଦିୟା ମିର୍ଜା ଜମ୍ମୁ-କଶ୍ମୀରରେ ଶୀଘ୍ର ଶାନ୍ତି ଫେରିଆସୁ ବୋଲି ପ୍ରାର୍ଥନା କରିଛନ୍ତି ।ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ସେ କହିଛନ୍ତି, ଜାଣିଥିଲି କେବଳ ମିଷ୍ଟର ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ।

Advertisement