Thursday, November 12, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଠାରେ ଜିଲ୍ଲା କଂଗ୍ରେସର ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର ଠାରେ ଜିଲ୍ଲା କଂଗ୍ରେସର ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

267
ADVERTISEMENT

ବ୍ରହ୍ମପୁର,୩୦/୦୧/୨୧(ଇ.ରଞ୍ଜନ) : ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡିଆ ରେ ଗଞ୍ଜାମ ଜିଲ୍ଲା କଂଗ୍ରେସପାର୍ଟିର ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ତୀରୋଧାନ ଦିବସ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତା ସମେତ ବିଭିନ୍ନ ଅଞ୍ଚଳର ନେତା ଉପସ୍ଥତ କାର୍ଯ୍ୟକ୍ରମରେ ଅନେକ ବଜେପି ମହିଳା ନେତ୍ରୀଙ୍କୁ ଆପଣାଇଥିଲା ଜିଲ୍ଲା କଂଗ୍ରେସ l ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱ କୁ ପ୍ରଶଂସା କରି ବଜେପି ନେତ୍ରୀ ମାନେ ଦଳଡେଇଁ କଂଗ୍ରେସକୁ ଆସିଥିଲେ ରାଜ୍ୟ ପ୍ରଭାରୀ ଏସ.ଚେଲା କୁମାର,କଂଗ୍ରେସ ବିରୋଧି ଦଳ ବରିଷ୍ଠ ନେତା ନରସିଂହ ମିଶ୍ର,ପି.ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ,ମୁଖ୍ୟ ସଚେତକ ତାରା ବାହିନୀ ପତି,ଚିରାଚରିତ ଡଙ୍ଗରେ ସରକାରଙ୍କୁ ଶାଣିତ କରୁଥିବା ନେତା ସୁର ରାଉତରାୟ,ବିଧାୟକ ଦାଶରଥି ଗମାଙ୍ଗ ସମେତ ଅନେକ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନେତାଙ୍କ ଉପସ୍ଥିତରେ କଂଗ୍ରେସ ପାଇଁ କାର୍ଯ୍ୟ କରିବା ପାଇଁ ବଜେପି ନେତ୍ରୀ ମାନେ ଶପଥ କଲେ l ମହାତ୍ମା ଗାନ୍ଧୀଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଦେବା ସହ ହତ୍ୟାକାରୀ ନାଥୁରାମ ଘଡ଼ସେଙ୍କୁ ଘୋର ନିନ୍ଦା କରିଛି l ବଜେପି ପୁଣି ହତ୍ୟାକାରୀ ନାଥୁରାମଙ୍କ ମନ୍ଦିର ନିର୍ମାଣ କରିବା ନିଷ୍ପତିକୁ କଂଗ୍ରେସ ବରିଷ୍ଠ ନେତାମାନେ ଆସନ୍ତୁଷ୍ଟ ଅଜାଡିଥିଲେ l ପୁନର୍ବାର 2024ବିଧାନସଭାରେ ବିଜୟ ଲାଭ ନେଇ ମାନସିକ ସ୍ତରରେ ଦାନାବାନ୍ଧିଥିବା କଂଗ୍ରେସ ଆତ୍ମପ୍ରକାଶ କରୁଛି l ଗ୍ରାମାଞ୍ଚଳରେ ରହୁଥିବା ପୁରୁଖା କଂଗ୍ରେସ କର୍ମୀ ମାନଙ୍କୁ ପୁନର୍ବାର ଏକତ୍ରିତ କରି ଦଳ ଆସନ୍ତା ଦିନରେ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ନେତା ଚି଼ହ୍ନଟ କରି ଦଳତରଫରୁ ଗାଁ ଟୁ ସହରାଞ୍ଚଳ ମଜବୁତ କରିବା ପାଇଁ ରମେଶ ଜେନା ଉପସ୍ଥିତ ନେତା କର୍ମୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ l କେନ୍ଦ୍ର ସରକାର ବଜେପି ରାଜ୍ୟ ସରକାର ବିଜେଡି ଉପରେ ଭର୍ସଣା କରି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର କହିଲେ ଯେଉଁ ଯୋଜନା କଂଗ୍ରେସ କରିଥିଲା ତାହା ଉପରେ ନୂତନ ଚାପା ମାରି ବଜେପି ବିଜେଡି ଉଭୟ ଆମ ଯୋଜନା କହି ପ୍ରଚାର କରନ୍ତି ଇନ୍ଦିରା ଆବାସକୁ ପ୍ରଧାନମନ୍ତ୍ରୀ ଆବାସ ନାମ କରଣ କରି ପୁଣି ରାଜ୍ୟକୁ ଗଲେ ନାମ ପରିବର୍ତନ କରି ବିଜୁପକା ଘର ପୋଷ୍ଟରରେ ଲୋକାର୍ପଣ କରି ବାହାସ୍ପଟି ମାରୁଛି ବିଜେଡି ବିଜେପି କହିବା ସହ ଗରିବ ଲୋକଙ୍କୁ ଘରପଟ୍ଟା ଯୋଗାଇବାରେ ବିଫଳ ହୋଇଛି ରାଜ୍ୟ, ଖାଲି ରାଜନୀତି ନାହିଁ ଯୁବକ ଙ୍କୁ ନିଯୁକ୍ତି ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଶୀଘ୍ର ଗାଧିଛାଡ଼ନ୍ତୁ ଦୀର୍ଘ ସମୟରେ ଶାସନ ଗଞ୍ଜାମ ଜିଲ୍ଲା ପାଇଁ ଉର୍ନ୍ନତି କାଳ ସାଜିଛି ଯୁବପିଢ଼ି ନିଜ ଭିଟାମାଟି ଛାଡି ଦାଦନ ପଳାୟନ ହେଉଛନ୍ତି କଣ କରୁଛନ୍ତି ବିଜେଡି ସରକାର ଗାଁ ରେ ମଦଦୋକାନ କରି ମା ଭଉଣୀଙ୍କ ଇଜତ ସହ ଖେଳୁଛି l ସରକାର ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ଆସିନାହିଁ ଯେତେବେଳେ ମା ଭଉଣୀ ମାନେ ନିର୍ଭୟରେ ଖୋଲା ଆକାଶରେ ବୁଲିବେ ତେବେ ଦେଶ ସ୍ୱାଧୀନତା ହେଲାଭଳି ଜାଣିବା କହିଥିବା କଥାକୁ ମନେ ପକାଇ ରାଜ୍ୟ ସରକାରଙ୍କ ମାଁ କୁ ସଂମ୍ମାନ କୁଆଡେ ଗଲା ବଡ଼ ଓ ନାବାଳିକା ଭଉଣୀ ଓ ଝିଅ ମାନେ ତ ଦୁଷ୍କର୍ମରେ ଶିକାର ହେଉଛନ୍ତି କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ଗରିବ ରନ୍ଧାଶାଳକୁ ବାରମ୍ବାର ଦର ବୃଦ୍ଧି କରି ଆକ୍ରମଣ କରୁଛନ୍ତି l ପେଟ୍ରୋଲ ଦର ବୃଦ୍ଧିକରି କଣ ତାଡି ପକାଉଛନ୍ତି ପିସିସି ସଭାପତି ବିଜେଡିର ନୂତନ ନାମ କରଣ କରିଛନ୍ତି ତାହାର ନାମ ବି.ରେ ବିଚିତ୍ର ଜ.ରେ ଜନତା ଡି. ରେ ଦଳ କହି ଶାଣିତ କରିଥିଲେ ସୁର ରାଉତରାୟ ଚିରାଚରିତ ଡଙ୍ଗରେ ବେ.ବା ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବର୍ଷଣାକରିଥିଲେ l

Advertisement