ଏଲଆଇସି ତରଫରୁ ସାନଖେମୁଣ୍ଡିରେ ଏହାର ପ୍ରିମୀୟମ ପଇଁଟ ଉଦ୍ଘାଟିତ

371
ADVERTISEMENT

ସାନଖେମୁଣ୍ଡି,୫/୮ଏଜେନସି: ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖା ପକ୍ଷରୁ ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ଠାରେ ଏକ ନୂତନ ଏଲଆଇସି ପ୍ରିମୀୟମ ପଏଣ୍ଟ ଶୁଭାରମ୍ଭ କରାଯାଇଛି। ଗ୍ରାମାଞ୍ଚଳ ପଲିସିଧାରୀଙ୍କୁ ଏଲଆଇସି ପକ୍ଷରୁ ସହଜ, ସରଳ ଭାବେ ନିୟମିତ ପ୍ରିମୀୟମ ରାଶି ଜମା କରିବା ସହ ଉତ୍ତମ ସେବା ନିମିତ୍ତ ଏହି ପଏଣ୍ଟ ଖୋଲା ଯାଇଛି ।ଏହି ପଏଣ୍ଟକୁ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଆଇଆଇସି ରମେଶ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ଅଭିକର୍ତା ଵୈଦନାଥ ଶିଙ୍ଘ ସଂଯୋଜନାରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିକା ଶାଖା ପରିଚାଳକ ସୁଶାନ୍ତ ମିଶ୍ର,ସହପାରିଚାଳ କୈଳାସ ଚନ୍ଦ୍ର ବେହେରା, ପୁରୁଷୋତ୍ତମପୁର ଶାଖା ପରିଚାଳକ ଭଗବାନ ଟୁଡୁ, ପୋଲସରା ଶାଖା ପରିଚାଳକ ଚନ୍ଦ୍ରଶେଖର ବେହେରା ଯୋଗଦେଇଥିଲେ।

Advertisement