ବ୍ରହ୍ମପୁର,୨୭/୧,(ସୁଦାମ ମହାରଣା) : ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭ୍ରିନିଲ୍ କ୍ରିଷ୍ଣା । ମଙ୍ଗଳବାର ୧୦ଘଣ୍ଟ ସମୟରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଗ୍ରାମ ସ୍ଥିତ ଜଉଗଡ ଓ ବଡଖରିଡା ଗ୍ରାମ ସ୍ଥିତ କାଳେଶ୍ବର ମନ୍ଦିର ଉନ୍ନୟନ କାର୍ଯ୍ୟ କୁ ବୁଲି ଦେଖି ଫେରିଥିଲେ । ଏହି ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ,ବିଡ଼ିଓ ବିଜୟ କୁମାର ବେହେରା,ଜିଲ୍ଲାପରିଷଦ ପି.ନାରାୟଣ ରାଓ,ପାଣ୍ଡିଆ ସରପଞ୍ଚ ସେଠି,ସମାଜସେବୀ ଅନିଲ ଦାଶ,ପ୍ରମୁଖ ଉପସ୍ଥିତ ଥିଲେ । ପରିବର୍ତ୍ତ ମୁହୂର୍ତ୍ତରେ ସଚିବ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍କୁଲର ସ୍ମାର୍ଟ କ୍ଲାସକୁ ଦେଖି ଥିଲେ ।



















