Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ ସଡକ ସୁରକ୍ଷା ରାଲି :ଗୋଲାପ ଫୁଲ ଦେଇ ସଚେତନତା

ଜାତୀୟ ସଡକ ସୁରକ୍ଷା ରାଲି :ଗୋଲାପ ଫୁଲ ଦେଇ ସଚେତନତା

202
ADVERTISEMENT

ବ୍ରହ୍ମପୁର ,୨୫/୦୧/୨୧ (ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସ୍ଥାନୀୟ ଥାନା ପକ୍ଷରୁ ପାଳନ କରାଯାଇଛି । ଏହି ଅବସରରେ ପୁରୁଷୋତ୍ତମପୁର ଥାନା, ଛତ୍ରପୁର ପରିବହନ ବିଭାଗ, ତାରାତାରିଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଇକେଲ ରାଲି କରି ପ୍ରଥମେ କାଳିମନ୍ଦିର ଛକଠାରୁ ବାହାରି କଲେଜ ଛକଠାରେ ପହଞ୍ଚିଥିଲେ। ହେଲମେଟ୍ ପିନ୍ଧି ଥିବା ବାଇକଚାଳକ,ସିଟ୍ ବେଲଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ସମସ୍ତ ପୋଲିସ କର୍ମଚାରୀ, ଛତ୍ରପୁର ଏମ୍ ଭିଆଇ ଶିବଶଙ୍କର ଚୌଧୁରୀ, ତାରାତାରିଣୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ବିପ୍ଳବ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଚେତନତା କରିଥିଲେ ।

Advertisement