Saturday, September 26, 2026
ADVERTISEMENT
Home କନ୍ଧମାଳ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

235
ADVERTISEMENT

ଭୁବନେଶ୍ବର,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଦୁର୍ଘଟଣା ଜନିତ ମୃତ୍ୟରେ ଭାରତ ଅନ୍ୟ ଦେଶ ଠାରୁ ଆଗରେ ଥିବା ବେଳେ ଏହି ସଂଖ୍ୟାକୁ ହ୍ରାସ କରିବା ପାଇଁ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ପରିବହନ ବିଭାଗ ଦ୍ଵାରା ମଧ୍ୟ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଗତ ୧୮ତାରିଖ ଠାରୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଛି। ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ  ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ବାଲିଗୁଡ଼ା ଆଦିବାସୀ କଲେଜ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଉପଖଣ୍ଡ କଳାକାର ସଂଘ ବାଲିଗୁଡ଼ା , ସଚେତନତା ରଥ ସହ ଆଦିବାସୀ କଲେଜର ଛାତ୍ର ଛାତ୍ରୀ ଓ ଲୋକଙ୍କ ହାତରେ ପ୍ଲା କାର୍ଡ ଓ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହାକୁ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ଓ ଜିଲ୍ଲା ପରିବହନ ଅଧିକାରୀ ଦୁତିକୃଷ୍ଣ ସାମନ୍ତରାୟ,ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ଏଥି ନିମନ୍ତେ ଆୟୋଜିତ ଏକ ସାଧାରଣ ସଭାରେ ଫୁଲବାଣୀ ଆଞ୍ଚଳିକ ପରିବହନ ଅଧିକାରୀ ଦୂତିକୃଷ୍ଣ ସାମନ୍ତରାୟ, ତହସିଲଦାର ଶଶାଙ୍କ ପାତ୍ର, ବାଲିଗୁଡ଼ା ନଗର ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ବାଲିଗୁଡ଼ା ପ୍ରକଳ୍ପ ଅଧିକାରୀ, ସମସ୍ତ ବାଇକ ଚାଳକ ଓ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ, ମଦ୍ୟପାନ କରି ଗାଡି ନ ଚଲେଇବା, ସିଟ ବେଲ୍ଟ ବ୍ୟବହାର, ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଏବଂ ନୂତନ ଟ୍ରାଫିକ ନିୟମ ସମ୍ପର୍କରେ ପରାମର୍ଶ ଦେଇଥିଲେ। ସେହିପରି  କଲେଜ ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟ, ଘରୋଇ ବସ ମାଲିକ ସମ୍ପାଦକ ରବିଚନ୍ଦ୍ର ପାତ୍ର ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା ଉପସ୍ଥିତ ରହି ସଡକ ସୁରକ୍ଷା ଉପରେ ମତାମତ ଦେଇଥିଲେ । ବୈଠକରେ ସମ୍ପାଦକ ରବି ଚନ୍ଦ୍ର ପାତ୍ର ସଂଯୋଜନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋଶଦା ଗାଦବା, ସମେତ ପୋଲିସ କର୍ମଚାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Advertisement