କୁକୁଡାଖଣ୍ଡି,୧୮/୦୧/୨୧(ଇ.ରଞ୍ଜନ) : କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟକମୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମଚନ୍ଦ୍ର ମହାପାତ୍ରଙ୍କ ତତ୍ବାବଧାନତାରେ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଟିକାପ୍ରଦାନ ପୂର୍ବରୁ ଏଏନଏମ ମାନେ ନିଜ ଦାବି ପୂରଣ ପାଇଁ କଳାବ୍ୟାଜ ପରିଧ୍ୟାନ କରି କାଯ୍ୟକ୍ରମରୁ ବିରଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର,ବିଡିଓ ଗଦାଧର ପାତ୍ର ଡାକ୍ତରଖାନାରେ ପହଞ୍ଚି ଏଏନଏମ ମାନଙ୍କୁ ବୁଝାସୁଝା କରି କାଯ୍ୟକ୍ରମରେ ଯୋଗଦେଇଥିଲେ । କାଯ୍ୟକ୍ରମକୁ ମୁଖ୍ୟ ସେବିକା କେ.କ୍ରିଷ୍ନା କୁମାରୀଙ୍କ ସହ ମେଡିକାଲ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।



















