Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମେଳା

ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମେଳା

175
ADVERTISEMENT

କୋଦଳା,୦୫/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସି ଗ୍ରାମ ପଞ୍ଚାୟତ ପରିସର ରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିକାଶ ଯୋଜନା ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ନବୀନ କୁମାର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସହଯୋଗ କରି ପୂର୍ଣ୍ଣାଙ୍ଗ ରୂପ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫାସି ଏସବିଆଇ ବ୍ରାଞ୍ଚ ମେନେଜର ବିଜୟ କୁମାର ଚଟି ଉପସ୍ଥିତ ରହି ତାଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ଓଏଲଏମ ବିକ୍ରମ ଓ ଦେବରାଜ ସାର ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଫାସି ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ କର୍ମକର୍ତ୍ତା, ସିଆରପି,ଓ ଏମବିକେ ସମ୍ପାଦିକା ମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ମଠସରସିଂ, ଦିଗ!ପଡା ପଞ୍ଚାୟତ ର ଏମବିକେ, ସିଆରପି ଉପସ୍ଥିତ ରହି ଯୋଗ୍ୟ ପ୍ରାର୍ଥୀ /ପ୍ରାର୍ଥୀନୀଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଆସିଥିବା ସମସ୍ତ ଆବେଦନ କାରୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପସ୍ଥିତ ପିଆଇ ମାନେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ସରପଞ୍ଚ ଧନ୍ୟବାଦ ପ୍ରଦାନ କରିଥିଲେ ।

Advertisement