ହିଂଜିଳିକାଟୁ ଠାରେ ଟ୍ୟାଙ୍କର ଧକ୍କାରେ ବୃଦ୍ଧ ଗୁରୁତର

169
ADVERTISEMENT

ହିଂଜିଳିକାଟୁ, ୪ା୮ (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଛକ ନିକଟରେ ଟ୍ୟାଙ୍କର ଧକ୍କାରେ ଜୈନିକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଅଂଚଳର ନକୁଳ ଭୁୟାଁ (୭୫) । ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ରବିବାର ସକାଳ ପ୍ରାୟ ୧୧ ଟାରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର(ଓଡ଼ି୧୫ଏ ୧୦୧୪) ସହ ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଛକ ନିକଟରେ ଏକ ବାଇକର ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକରେ ବସିଥିବା ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଟ୍ୟାଙ୍କରକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

Advertisement