Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନମନ୍ତ୍ରୀ ଆବାସରେ ବିଜୁପକ୍କା ଘର ଷ୍ଟିକର ନାମକରଣ ନେଇ ବଜେପି ପକ୍ଷରୁ ଥାନାରେ ମାମଲା...

ପ୍ରଧାନମନ୍ତ୍ରୀ ଆବାସରେ ବିଜୁପକ୍କା ଘର ଷ୍ଟିକର ନାମକରଣ ନେଇ ବଜେପି ପକ୍ଷରୁ ଥାନାରେ ମାମଲା ଦାଏର

198
ADVERTISEMENT

କୁକୁଡାଖଣ୍ଡି,୦୪/୦୧/୨୧(ଇ.ରଞ୍ଜନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ଅଭିଯୋଗ କରି ସଦରଥାନାରେ ମାମଲା ଦାଏର କରିଛି ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ବିଜୁବାଵୁଙ୍କ ଫଟୋ ଓ ଲୋଗ ଲଗାଇ ବିଜୁପକ୍କା ଘର ଯୋଜନା ଲେଖି ନିଜର ପ୍ରଶଂସା ସାଉଁଟିଛନ୍ତି ରାଜ୍ୟସରକାର । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାର ନାମ ପରିବର୍ତ୍ତନ କରିପାରିବେ ନାହିଁ । ଏନେଇ କଡା ଆଇନ ମଧ୍ୟ ରହିଛି । ଅନ୍ୟପଟେ ରାଜ୍ୟ ସରକାର ଏହାକୁ ଉଲଘଂନ କରି ଦୋଷ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରି କହିଛି । ବିଜେପି ପକ୍ଷରୁ ମହନ୍ତ ଚିନ୍ମୟାନନ୍ଦ ଦାଶ ,ପ୍ରଶାନ୍ତ ଗୌଡ,ଏ ନନ୍ଦ କିଶୋରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

Advertisement