ଗଜପତି ଜିଲ୍ଲା କୃଷକ ସଭା ଓ ଆଦିବାସୀ ଅଧିକାର ମଞ୍ଚ ତରଫରୁ ୮ଦଫା ଦାବି ନେଇ ବିକ୍ଷୋଭ

212
ADVERTISEMENT

ପାରଳାଖେମୁଣ୍ଡି,୪/୮ଏଜେନସି : -ଗଜପତି ଜିଲ୍ଲା କୃଷକ ସଭା ଓ ଆଦିବାସୀ ଅଧିକାର ମଞ୍ଚ ତରଫରୁ ୮ ଦଫା ଦାବୀ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବୀ ଗୁଡିକ ହାସଲ ପାଇଁ ଏକ ସ୍ମାରକ ପତ୍ର ଗଜପତି ପ୍ରସାଶନଙ୍କ ଦ୍ୱାରା ରଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦିଆଯାଇଛି । ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରୟତଙ୍କ ନେତୃତ୍ୱରେ ଶହଶହ ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭାର କର୍ମୀ ମାନେ ସୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୃଷି ଋଣ ଛାଡ,କୃଷକ ମାନଙ୍କୁ ପେନ୍ଶନ,ଜଙ୍ଗଲ ଜମି ଅଧିକାର ଆଇନ ପ୍ରଣୟନ,ଧାନ କ୍ୱିଣ୍ଟାଲ ପିଛା ୩ହଜାର ଟଙ୍କା ଆଦି ୮ ଗୋଟି ଦାବୀ ନେଇ ଏହି ବିକ୍ଷୋଭ କରାଯାଇଥିଲା ।

Advertisement