ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

151
ADVERTISEMENT

ହିଂଜିଳିକାଟୁ,୪/୮(ଶେଷଦେବ ସାହୁ) : ଏକ୍ସିସ ବ୍ୟାଙ୍କ ହିଂଜିଳିକାଟୁ ଶାଖା ଓ ସ୍ଥାନୀୟ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଇକୋକ୍ଳବର ମିଳିତ ଆନୁକୂଲ୍ୟରେ ଶନିବାର ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏକ୍ସିସ ବ୍ୟାଙ୍କ ହିଂଜିଳିକାଟୁ ଶାଖାର ପରିଚାଳକ ଅର୍ଚ୍ଚନା ପ୍ରିୟଦର୍ଶନୀ ଯୋଗଦେଇ ବୃକ୍ଷରୋପଣର ମହତ୍ୱ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇବା ସହ ବିଦ୍ୟାଳୟ ସମେତ ପୋଖରୀ ହୁଡ଼ା ଓ ରାସ୍ତା ପ୍ୱାଶ୍ୱର୍ ଖାଲି ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ଶିକ୍ଷାର୍ଥୀଙ୍କ ମନରେ ଆଗ୍ରହ ସୃଷ୍ଟି କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଶାଖା ସହପରିଚାଳକ ନିଳାଂଚଳ ସାହୁ, କ୍ୟାସିୟର ସୁମିତ ରାଉତ, ସୁଶାନ୍ତ ମିଶ୍ର, ରାଜିବ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଇକୋକ୍ଳବ ବାହୀନିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନରାରେ ସହଯୋଗ କରିଥିଲେ ।

Advertisement