ଋାକ୍ଷୀ ଦୋକାନରେ ଭିଡ଼ ଜମୁଛି

196
ADVERTISEMENT

ହିଂଜିଳିକାଟୁ, ୩ା୮ (ଶେଷଦେବ ସାହୁ): ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣୀମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଏବେଠୁ କରିଛି ପ୍ରସ୍ତୁତ । ରାକ୍ଷୀ ପୂର୍ଣ୍ଣୀମା ପାଇଁ ବଜାରରେ ପଡ଼ିଛି ପସରା । ରାକ୍ଷୀ ଷ୍ଟଲ ଗୁଡ଼ିକ ବହୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଞ୍ଚଳ ଗୁଡ଼ିକରେ ଖୋଲିଛି ଭଳିକି ଭଳି ରାକ୍ଷୀ ଭଣ୍ଡାର । ରାକ୍ଷୀର ଅସ୍ଥାୟୀ ବଜାର କରି ପସରା ମେଲାଇ ଦେଇଛନ୍ତି । ହେଲେ ବ୍ୟବସାୟ ବର୍ତ୍ତମାନ ସୁଦ୍ଧା ଆଶାନୁରୂପକ ହୋଇ ପାରିନାହିଁ । ଆଉ କିଛି ଦିନ ପରେ ବ୍ୟବସାୟ ଜୋର ଧରିବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି । ବଜାରରେ ଷ୍ଟୋନ ବସା ରାକ୍ଷୀର ଚାହିଦା ଅଧିକ ରହିଛି । ୫ ଶହରୁ ଉର୍ଦ୍ଧ ଭେରାଇଟି ରାକ୍ଷୀ ଷ୍ଟଲରେ ଉପଲବ୍ଧ ରହିଛି । ଚନ୍ଦନ, ତୁଳସୀ, କାଲାଯାଦୁ, ପାର୍ସଲ ଥାଳି, ସ୍ପଂଜ, ସାଇବାବା, ଜଗନ୍ନାଥ, ଫିତା ରାକ୍ଷୀ ସମେତ ବିଭିନ୍ନ ରକମର ରାକ୍ଷୀ ମଧ୍ୟ ଦେଖିବାକୁ ମିଳୁଛି । ରାକ୍ଷୀ ବାନ୍ଧିବା ପୂର୍ବରୁୂ ଭଉଣୀ ବନ୍ଦାପନା କରିଥାଏ । ଏହାକୁ ଦୃଷ୍ଟିରେ ରଖି ପାର୍ସଲ ଥାଳି ରକ୍ଷୀ ବଜାରକୁ ଆସିଛି । ରାକ୍ଷୀ ସମେତ ବନ୍ଦାପନା କରିବା ଲାଗି ସମସ୍ତ ଜିନିଷ ଉକ୍ତ ପାର୍ସଲ ଥାଳିରେ ଉପଲବ୍ଧ ରହୁଥିବାରୁ ପାର୍ସଲ ଥାଳି ରାକ୍ଷୀର ଚାହିଦା ଅଧିକ ରହିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ରୁ ଉର୍ଦ୍ଧ ପାର୍ସଲ ଥାଳି ରାକ୍ଷୀ ବିକ୍ରି ହୋଇଥିବା ଜୈନିକ ରାକ୍ଷୀ ବ୍ୟବସାୟୀ କହିଛନ୍ତି । ଅନ୍ୟ ପକ୍ଷରେ ହୀରା ଭଳି ଚକ୍ ଚକ୍ କରୁଥିବା ଷ୍ଟୋନ୍ ରାକ୍ଷୀ ମଧ୍ୟ ଗ୍ରାହକଙ୍କ ପସନ୍ଦ ହୋଇଛି । ଅନ୍ୟ ରାକ୍ଷୀ ଅପେକ୍ଷା ଷ୍ଟୋନ୍ ରାକ୍ଷୀର ଦାମ୍ ଟିକିଏ ଅଧିକ ରହିଛି । ହିଂଜିଳିକାଟୁ ପୌରାଂଚଳ ବଜାର ମଧ୍ୟରେ ପ୍ରାୟ ୩୫ ରୁ ୪୦ ଟି ଅସ୍ଥାୟୀ ରାକ୍ଷୀ ଦୋକାନ ରହିଥିବା ବେଳେ ନିକଟବର୍ତ୍ତି ପ୍ରତ୍ୟେକ ଗ୍ରାମଞ୍ଚଳ ଗୁଡ଼ିକରେ ୫ରୁ ଅଧିକ ରାକ୍ଷୀ ଦୋକାନର ପସରା ଖୋଲିଛି । ତୋବେ ରାକ୍ଷୀ ପୂର୍ଣ୍ଣୀମା ଆହୁରି ୧୧ ଦିନ ବାକି ରହିଥିବା ବେଳେ ଆଗକୁ ଆହୁରି ରାକ୍ଷୀ ଭଣ୍ଡାର ଖୋଲିବା ନେଇ ଜଣାପଡ଼ିଛି ।

ଭାଇ ଦୂରରେ ଥିଲେ ଡ଼ାକରେ ରାକ୍ଷୀ ପଠାଏ ଭଉଣୀ । ଡ଼ାକ ଉପରେ ନିର୍ଭର । କାହା ରାକ୍ଷୀ ଠିକ୍ ସମୟରେ ପହଞ୍ଚୁଛି ତ କାହା ରାକ୍ଷୀ ପୂର୍ଣ୍ଣୀମା ପରେପହଞ୍ଚୁଛି । ଏଥି ସକାଶେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ରାକ୍ଷୀ କିଣିବାକୁ ହେଲେ ମାର୍କେଟ ଯିବାକୁ ପଡ଼ୁଥିଲା । ରାକ୍ଷୀ ଆଣିବା ପରେ ପୁଣି ଡ଼ାକଘରକୁ ଯାଇ ଏହାକୁ ଠିକଣାରେ ପଠାଇବା ଅଧିକ ସମୟ ସାପେକ୍ଷ ଓ ଖର୍ଚ୍ଚାନ୍ତ ହୋଇଥିବାରୁ ଆଧୁନିକ ଯୁଗରେ ତାଳଦେଇ ଯୁବତୀ ମାନେ ଅନ୍ଲାଇନ୍ ସପିଂ ମାଧ୍ୟମରେ ରାକ୍ଷୀ କିଣିବା ପରେ ଦୂରରେ ରହୁଥିବା ଭାଇ ମାନଙ୍କ ଠିକଣାରେ ପଠାଉଥିବାର ଦେଖିବାକୁ ମିଳୁଛି ।

Advertisement