
ଗଜପତି,୦୩/୦୮(ପ୍ରଭାତ କୁମାର ପାତ୍ର) :ଗଜପତି ଜିଲ୍ଲା କାଶିନଗର ବ୍ଲକ୍ ଅନ୍ତର୍ଗତ ଅଲଡା ଠାରେ ଘଟିଯାଇଛି ଏକ ସଡକ ଦୁର୍ଘଟଣା, ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଦୁଇ ସ୍କୁଲ ଛାତ୍ରୀ । ସେ ଦୁଇ ଛାତ୍ରୀ ହେଲେ ରଶ୍ମୀତା ନାଗ, ଖୁସୀ ନାଗ ଖବର ଅନୁସାରେ ଶନିବାର ସକାଳୁ ସ୍କୁଲ ଯିବା ସମୟରେ ଏକ ଗାଡି ଭୁବେନଶ୍ବର ଠାରୁ ଗୁଣପୁର ଯାଉଥିବା ଓଡି -୨୫-ଏଚ -୮୪୨୫ ମିନୀ ଟ୍ରକ(ଟାଟାଏସି) ଧକା ଦେଇଥିଲା ଯାହା ଫଳରେ ଦୁଇ ଛାତ୍ରୀ ଗୁରୁତ୍ବର ହୋଇଛନ୍ତି। ଏହି ଗାଡିଟି ଆମାଜ଼ନର କୋରିୟର ଦେବା ପାଇଁ ପାରଳାଖେମୁଣ୍ଡି ଠାରୁ ଗୁଣୁପୁର ଯାଉଥିଲା । କୈାଣସି କାରଣରୁ ଡ୍ରାଇଭର ଆଖିଲାଗିଯିବା ହେତୁ ଏହି ଦୁର୍ଘଟଣାଟି ଘଟିଛି। ଆହତ ଛାତ୍ରୀ ଦୁଇଙ୍କୁ କାଶିନଗର ଠାରେ ଚିକିତ୍ସା କରାଯିବା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଏଠାରେ ଦୁଇ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।