Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବିଜେଡିରେ ଯୋଗ ଦେଲେ ପାରଳା ରାଣୀ କଲ୍ୟାଣୀ ଦେବୀ

ବିଜେଡିରେ ଯୋଗ ଦେଲେ ପାରଳା ରାଣୀ କଲ୍ୟାଣୀ ଦେବୀ

390
ADVERTISEMENT

ପାରଳାଖେମୁଣ୍ଡି,(ଦୁନିଆ ହାଲ୍ ଚାଲ୍): ପାରଳା ରାଣୀ କଲ୍ୟାଣୀ ଦେବୀ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି। ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଥିଲେ। ପୂର୍ବରୁ ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା ହୋଇଥିବା ବେଳେ ମଙ୍ଗଳବାର ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ଦଳରେ ଯୋଗ ଦେବା ପାଇଁ ପୂର୍ବରୁ ତାଙ୍କ ନିକଟକୁ ନବୀନ ନିବାସରୁ ଆମନ୍ତ୍ରଣ ଆସିଥିଲା।

Advertisement