ପୋଡ୍‌ମପେଟା ବେଳାଭୂମିରେ ଆନ୍ଧ୍ର ମାଫିଆଙ୍କ ରାଜ୍‌

638
ADVERTISEMENT

ବ୍ରହ୍ମପୁର,(ଦୁନିଆ ହାଲ୍ ଚାଲ୍) : ଅଲିଭ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ତାଦାନ ସ୍ଥଳ ହେଉଛି ଗଞ୍ଜାମ ଜିଲ୍ଲାର ପୋଡ୍‌ମପେଟା ବେଳାଭୂମି । ତେବେ ଏହି ବେଳାଭୂମିରେ ଏବେ ଚାଲିଛି ଆନ୍ଧ୍ର ଚିଙ୍ଗୁଡି ମାଫିଆଙ୍କ ରାଜ୍‌। ବେଳାଭୂମିରେ ପମ୍ପ୍‌ ହାଉସ ନିର୍ମାଣ କରି ଚିଙ୍ଗୁଡି ଘେରିକୁ ପାଣି ନିଆଯାଉଛି। ଆଉ ସିଆରଜେଡ୍ ଆଇନର ଖୁଲମଖୁଲା ଉଲ୍ଲଘଂନ ହେଉଥିଲେ ବି ଜିଲ୍ଲା ପ୍ରଶାସନ ଓ ବନବିଭାଗ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି। ବେଳାଭୂମି ହେଉଛି ସିଆରଜେଡ୍‌-୧ ଅନ୍ତର୍ଭୁକ୍ତ। ଏଠାରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ। ହେଲେ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ଆନ୍ଧ୍ରମାଫିଆଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଭଳି ମନେ ହେଉଛି।

Advertisement