Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳିକାଟୁ ଓକିଲ ସଂଘ ନିର୍ବାଚନରେ ସଭାପତି, ସମ୍ପାଦକ ଓ ଉପସଭାପତି ନିର୍ବାଚିତ

ହିଞ୍ଜିଳିକାଟୁ ଓକିଲ ସଂଘ ନିର୍ବାଚନରେ ସଭାପତି, ସମ୍ପାଦକ ଓ ଉପସଭାପତି ନିର୍ବାଚିତ

210
ADVERTISEMENT

ହିଞ୍ଜିଳିକାଟୁ,୦୧/୧୨(ଶେଷଦେବ ସାହୁ) : ରାଜ୍ୟ ବାର କାଉନସିଲଙ୍କ ନିର୍ଦେଶ କ୍ରମେ ଡିସେମ୍ବର ୧୨ ତାରିଖରେ ସମସ୍ତ ବାର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୨୪ ଓ ୨୫ ତାରିଖରେ ପ୍ରାର୍ଥୀପତ୍ର ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ  ଉପସଭାପତି ଉପେନ୍ଦ୍ର ପଣ୍ଡା ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ପାଣିଗ୍ରାହୀ  ନିର୍ବାଚନ ଅଧିକାରୀ ମୁକ୍ତିରମ ସାବତଙ୍କ ନିକଟରେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ। ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ଯୋଗୁଁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ଧାରିତ ନିର୍ବାଚନ କାଯ୍ୟସୂଚି ଅନୁଯାଇ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଧ ଘୋଷଣା ବାକି ରହିଛି ।

Advertisement