Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ସକ୍ରିୟ ନକଲି ପୁଲିସ୍‌ , ପୁଣି ମହିଳାଙ୍କ ଠାରୁ ହାର ଲୁଟିଲେ

ବ୍ରହ୍ମପୁରରେ ସକ୍ରିୟ ନକଲି ପୁଲିସ୍‌ , ପୁଣି ମହିଳାଙ୍କ ଠାରୁ ହାର ଲୁଟିଲେ

370
ADVERTISEMENT

ବ୍ରହ୍ମପୁର,୦୨/୦୮ ଏଜେନସି : ବ୍ରହ୍ମପୁର ସହରରେ ଅସଲି ପୁଲିସ୍‌କୁ ଚକ୍‌ମା ଦେଇ ନକଲି ପୁଲିସ୍‌ ସକ୍ରିୟ ହୋଇଉଠିଛନ୍ତି । ଏହାର ଶିକାର ହେଉଛନ୍ତି ମହିଳା। ଆଜି ବି ଜଣେ ମହିଳାଙ୍କଠାରୁ ନକଲି ପୁଲିସ୍‌ ପ୍ରାୟ ୫ଭରି ଓଜନ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି । ତାଙ୍କୁ ଗୋଡ଼ି ଥିବା ପୁଡ଼ିଆ ଧରାଇ ଚମ୍ପଟ ମାରିଛନ୍ତି । ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ମିଲିଟାରୀ ଲାଇନ୍‌ର ଭି.ଭି ସାରଦା। ଅଭିଯୋଗ ଅନୁସାରେ, ମିଲିଟାରୀ ଲାଇନ୍‌ରେ ରହୁଥିବା ବ୍ୟବସାୟୀ ଭି. କିରଣ କୁମାରଙ୍କ ପତ୍ନୀ ସାରଦା ଆଜି ପ୍ରାୟ ୧୧ଟା ବେଳେ ମନ୍ଦିରକୁ ଯାଉଥିଲାବେଳେ ନକଲି ପୁଲିସ୍‌ ହାବୁଡ଼ରେ ପଡ଼ିିଥିଲେ। ଲୁଟେରାଙ୍କ ସର୍ଚ୍ଚ ଚାଲିଛି, ମଙ୍ଗଳସୂତ୍ରରୁ ଖୋଲି ଦିଅନ୍ତୁ ନହେଲେ ୨ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ। ସାରଦା ମନା କରିଥିଲେ। ତେବେ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ‌ଜଣେ ବ୍ୟକ୍ତି ମଙ୍ଗଳସୂତ୍ର ଦେଇ ଦିଅନ୍ତୁ, ନହେଲେ ଜରିମାନା ଦେବାକୁ ପଡ଼ିବ ବୋଲି ଜୋରରେ ପାଟି କରି କହିଥିଲେ। ବାଧ୍ୟ ହୋଇ ସାରଦା ତାଙ୍କର ମଙ୍ଗଳସୂତ୍ର ବାହାର କରି ଦେଇଥିଲେ। ସେମାନେ ଏକ କାଗଜରେ ତାହା ଗୁଡ଼ାଇ ରଖିଥିଲେ। ଲୁଟେରା ଗ୍ୟାଙ୍ଗ୍‌ ଚାଲିଯିବା ପରେ ମହିଳା ଜଣକ କାଗଜ ପୁଡ଼ିଆ ଖୋଲିବା ବେଳକୁ ସେଥିରେ କିଛି ଗୋଡ଼ି ଥିଲା। ଯାହା ଦେଖି ସେ ବିସ୍ମିତ ହୋଇ ଠକେଇର ଶିକାର ହୋଇଥିବା ଜାଣିଲେ । ଖବର ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଟାଉନ୍ ଥାନା ପୁଲିସ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ ଚାଲିଥିବା ବେଳେ ଅଦ୍ୟାବଧି ପୁଲିସ୍‌ ହାତରେ ସେମିତି କିଛି ଖାସ୍‌ ସୁରାକ୍ ମିଳିପାରିନାହିଁ ।

Advertisement