Sunday, September 6, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

681
ADVERTISEMENT

ବାଲିଗୁଡା,୦୨/୦୮ ଏଜେନସି : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ପଟ୍ଟନାୟକଙ୍କୁ ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥିଲା, ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନ୍ତଯ୍ୟାମୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ସମ୍ମାନିତ ଅତିଥି ଭାବେ ଏନଏ ସି ଅଧକ୍ଷା ମମତା ବେହେରା, ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ସେ ଜଣେ ନିଷ୍ଠାପର ତଥା କର୍ତ୍ତବ୍ୟ ନିଷ୍ଟା ପ୍ରଧାନ ଶିକ୍ଷୟତ୍ରୀ ଭାବେ ବେଶ ଲୋକପ୍ରିୟ ହୋଇପାରିଥିଲେ ବୋଲି କହିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ ଏହି ଉତ୍ସବରେ ଶିକ୍ଷକ ରଜନୀ କାନ୍ତ ଦାସ, ଦୟାନିଧି ମହାରଣା ପରିଚାଳନା କରିଥିବାବେଳ ପବିତ୍ର ମୋହନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement