Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପଶୁ ଚିକିତ୍ସାଳୟ ପାଲଟିଛି ଗାଇ ଗୋରୁ ଙ୍କ ଚାରଣ ଭୂମି ;

ପଶୁ ଚିକିତ୍ସାଳୟ ପାଲଟିଛି ଗାଇ ଗୋରୁ ଙ୍କ ଚାରଣ ଭୂମି ;

343
ADVERTISEMENT

କନ୍ଧମାଳ,୦୧/୦୮ ଏଜେନସି : କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତ ର ପଶୁ ଚିକିତ୍ସାଳୟ ପାଲଟିଛି ଗାଇ ଗୋରୁଙ୍କ ଚାରଣ ଭୂମି ଏଠି ମାସ ତମାମ ଆସୁ ନାହାଁନ୍ତି ଡାକ୍ତର, ଏହା କେବଳ ପିଅନ ଦ୍ବାରା ଚିକିତ୍ସିତ ଚାଲିଛି ଚିକିତ୍ସାଳୟ ସିଏ ପୁଣି ଆସୁଛନ୍ତି ମନ ଇଛା କାହାରିଙ୍କୁ ନାହିଁ ଖାତିର ଜନସାଧାରଣଙ୍କ ମତ ପିଅନଙ୍କୁ ଡାକ୍ତରଙ୍କ କଥା ପଚାରିଲେ କହୁଛନ୍ତି ସିଏ କେବେ କେବେ ଆସୁଛନ୍ତି। ସେ ତିନି ଚାରିଟା ଦାଇତ୍ବରେ ଅଛନ୍ତି। ଏହି ଚିକିତ୍ସାଳୟ ଉପରେ ସାରଙ୍ଗଡ, ବଣ୍ଡଗୁଡା, ଜିରିଡିକିଆ, ଦଣ୍ଡିକିଆ ଏହି ପଞ୍ଚାୟତର ପ୍ରାୟ ଦୁଇ ହଜାର ଗାଈ ଗୋରୁ ରଖିଥିବା ଚାଷୀ, ବ୍ୟାଙ୍କରୁ ରୂଣ ଆଣୀ ଗାଈ ରଖି ଦୁଗ୍ଧ ବିକ୍ରୟ କରୁଥିବା ଲୋକମାନେ, ଡାକ୍ତରଙ୍କ ଅଭାବରୁ ଗାଈ ବଳଦ,ମଇଷି,ପୋଢ ,ଛେଳୀ,ମେଣ୍ଢା ଆଦି ଜିବ ଜନ୍ତୁକୁ ରୋଗ ହେଲେ ହେଲେ ଦିନ ହେଉବା ରାତି ଭଗବାନ ହିଁ ଭରସା। ଜନସାଧାରଣଙ୍କ ମତ ଏଠି ତୁରନ୍ତ ଏକ ସ୍ଥାଇ ପଶୁ ଡାକ୍ତର ଯୋଗାଇ ଦିଆଯାଉ ନଚେତ ଚାଷୀ ଭାଇମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ।

Advertisement