ଗଜପତି,୦୧/୦୮( ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ଏସିପି ସାରା ଶର୍ମା ଦ୍ୱାରା ଆଜି ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ଶିବିରରେ ବେକାର ଯୁବକଯୁବତୀଙ୍କ ପାଇଁ ସେନାବାହିନୀ, ଅର୍ଦ୍ଧ ସାମରିକ ବାହିନୀ , ଗୃହରକ୍ଷୀ ବାହିନୀ ଓ ପୋଲିସ ବାହିନୀ ହେବା ନିମନ୍ତେ କିପରି ପ୍ରସ୍ତୁତି ହେବାକୁ ପଡ଼ିବ ତାହା ଏହି ପ୍ରଶିକ୍ଷଣ ଶିବିରରେ ତାଲିମ ଦିଆଯିବା। ଓଡ଼ିଶାର ପ୍ରଥମ ଥର ଆରମ୍ଭ କରିଛନ୍ତି ଗଜପତି ପୋଲିସ ।ପାରଳାଖେମୁଣ୍ଡି ବେତାଗୁଡା ଠାରେ ଥିବା ରିଜଭ ପୋଲିସ ପଡିଆରେ ଏହି ତାଲିମ ଶିବିର ଆରମ୍ଭ ହୋଇଯାଇଛି। ଏଥିରେ ୧୮ରୁ୨୨ ବର୍ଷ ମଧ୍ୟରେ ରହିଥିବା ୫୦୦ ବେକାର ଯୁବକଯୁବତୀଙ୍କୁ ପ୍ରଥମ ଦଫାରେ ଏହି ତାଲିମ ଶିବିରରେ ନିଆଯାଇଛି। ଏହି ଶିବିର ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଗଜପତି ଏସିପି ସାରା ଶର୍ମା କହିଛନ୍ତି ଯେ ବେକାର ଯୁବକଯୁବତୀଙ୍କୁ ମୁଖ୍ୟ ସ୍ରତକୁ ପୋଲିସ, ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ ଯେପରି ସୁବିଧାରେ ଚାକିରି ପାଇପାରିବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଏସିପି ଏହାବି କହିଛନ୍ତି ଆଗାମୀ ଦିନରେ ଏହାକୁ ଆହୁରି ତ୍ଵରାନ୍ଵିତ କରାଯିବ। ଏହି ଶିବିରରେ ସାରା ଶର୍ମାଙ୍କ ସହ ଅତିରିକ୍ତ ଏସିପି ଶୁଶାନ୍ତ କୁମାର ଦାଶ, ଡିସିପିଓ ପ୍ରକାଶ ଚନ୍ଦ୍ର ଜେନା, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଆର ଆଇ ଡମ୍ବୁରଧର ହନାଙ୍କ ଏବଂପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ।