ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡି ଉପଖଣ୍ଡ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ

ପାରଳାଖେମୁଣ୍ଡି ଉପଖଣ୍ଡ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ

229
ADVERTISEMENT

ଗଜପତି,୯/୧୧(ପ୍ରଭାତ ପାତ୍ର) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପଖଣ୍ଡ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ହିରିଆଣାର ଫରିଦାବାଦ ଗ୍ରାମର ଜୟପାଲ ସିଂ (୫୯) ହୋଇଥିବା ସୁଚନା। ସେ ଗତ କିଛି ଦିନ ତଳେ ଗଞ୍ଜେଇ ଚୋରାଚାଲାଣ ବେଳେ ମୋହନା ପୋଲିସ ଦ୍ବାରା ଗିରଫ ହୋଇଥିଲେ। ଅକ୍ଟୋବର ୧୪ ତାରିଖରୁ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହିଥିଲେ। ସକାଳୁ ସକାଳୁ ଅଚେତ ଅବସ୍ଥାରେ ପଡ଼ିଥିଲେ, ତାଙ୍କୁ ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପାରଳାଖେମୁଣ୍ଡି ପୋଲିସ।

Advertisement