Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ମଦ ବ୍ୟବସାୟକୁ କେନ୍ଦ୍ର କରି ଗୋଷ୍ଠୀ ସଘର୍ଷ : ଦୁଇ ମାମଲା ରୁଜ୍ଜୁ

ମଦ ବ୍ୟବସାୟକୁ କେନ୍ଦ୍ର କରି ଗୋଷ୍ଠୀ ସଘର୍ଷ : ଦୁଇ ମାମଲା ରୁଜ୍ଜୁ

177
ADVERTISEMENT

ଛତ୍ରପୁର,୨୯/୧୦(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗ୍ରାମରେ ମଦ ବ୍ୟବସାୟକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି ।କେସ ନମ୍ବର ୨୮୮,୨୮୯ ଦୁଇଟି ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ୨୦୧୪ ମସିହାରୁ ଭାଟକୁମରଡାରେ ସରକାରୀ ସ୍ବୀକୃତି ପ୍ରାପ୍ତ ଦେଶୀ ମଦ ଭାଟି ଚାଲିଛି । ଏହି ଦେଶୀ ମଦ ଭାଟି ନିଜ ଅକ୍ତିଆରକୁ ନେବା ଲାଗି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଭାଟିକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ପଞ୍ଚାୟତର ଦ୍ବାରସ୍ଥ ହୋଇଥିଲା।ଗତ ସୋମବାର ଦିନ ନାରାୟଣ ସାହୁ ଓ ତାଙ୍କ ସାଙ୍ଗ ବ୍ରହ୍ମପୁର ଯାଉଥିବା ବେଳେ ପାଗଳବାବା ଛକ ନିକଟରେ ରମେଶ ଚନ୍ଦ୍ର ସାହୁ ଓ ତାଙ୍କର ଅନ୍ୟ ପାଞ୍ଚ ଜଣ ସହଯୋଗୀ ନାରାୟଣଙ୍କୁ ସଙ୍ଘ ଵଦ୍ଧ ଭାବେ ଆକ୍ରମଣ କରି ତାଙ୍କଠାରୁ ନଗଦ ୫୦ହଜାର ଟଙ୍କା ଲୁଟି ନେଇଥିଲେ।
ସେହିପରି ରମେଶ ମଧ୍ୟ ଥାନାରେ ନାରାୟଣ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି।ନାରାୟଣ କିଛିଦିନ ହେଲା ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିଲେ ।ଏହାକୁ ବିରୋଧ କରିବାରୁ ନାରାୟଣ ଓ ତାଙ୍କର୫ଜଣ ସହଯୋଗୀ ରମେଶଙ୍କୁ ଆକ୍ରମଣ କରିଥିବା ଏତେଲା ଦେଇଛନ୍ତି। ପୁଲିସ ଅଧିକାରୀଶ୍ରୀନିବାସ ଦାସ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।

Advertisement