ଗଜପତି ସାମ୍ବାଦିକଙ୍କ ସହ ଆନ୍ଧ୍ର ପୋଲିସ ଓ ଆନ୍ଧ୍ର ସାମ୍ବାଦିକଙ୍କ ସମନ୍ୱୟ ବୈଠକ

211
ADVERTISEMENT

ପାରଳାଖେମୁଣ୍ଡି,୧/୮ ଏଜେନସି : ଗଜପତି ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ଏବଂ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ପୁରୁଣାପାଟଣା ଥାନା ଅଞ୍ଚଳର ସମସ୍ତ ମାମ୍ବାଦିକଙ୍କୁ ନେଇ ଆନ୍ଧ୍ର ପୋଲିସ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ଓଡିଶା ଆନ୍ଧ୍ର ସିମାନ୍ତରେ ସାନ୍ତି ଶୃଙ୍ଖଳା ପ୍ରତିଷ୍ଟା ସହ ଅପରାଧକୁ ରୋକିବା ପାଇଁ ଆନ୍ଧ୍ର ପୋଲିସ ଉଭୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୁର୍ଣ୍ଣ ସମନ୍ୱୟ ବୈଠକ କରିଛନ୍ତି । ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ପୁରୁଣାପାଟଣା ଠାରେ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପୋଲିସ ଏବଂ ଗଜପତି ଜିଲା ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ହୋଇଯାଇଛି । ଏହି ବୈଠକ ପୁରୁଣାପାଟଣାର ଏକ ଘରୋଇ ହୋଟେଲ ଶ୍ରୀୟାରେ ଅନୁଷ୍ଟିତ ହୋଇଥିବାବେଳେ ଏଥିରେ ମୁଖ୍ୟତଃ ସୀମାନ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ଅପରାଧିକ ମାମଲାକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂରରେ ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅପରାଧିମାନେ ଅପରାଧିକ କାର୍ଯ୍ୟ କରିବା ପରେ ସୀମା ଡେଇଁ ଆରପାର ଅନେକ ସମୟରେ ହୋଇଥାନ୍ତି । ଏପରି କିଛି ଘଟଣା ଦୃଷ୍ଟିକୁ ଆସିଲେ ସାମ୍ବାଦିକ ମାନେ ସୀମାନ୍ତ ପୋଲିସଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଲିସ ମଧ୍ୟ ସାମ୍ବାଦିକମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବା ନିମନ୍ତେ ଶ୍ରୀକାକୁଲମ୍ ଜିଲା ପୋଲିସ ପକ୍ଷରୁ କୁହାଯାଇଥିଲା । ସୀମାନ୍ତବର୍ତ୍ତୀ ଅପରାଧ କାର୍ଯ୍ୟକୁ ଉଭୟ ସାମ୍ବାଦିକ ଏବଂ ଆନ୍ଧ୍ର ପୋଲିସ ପରସ୍ପରସହ ସହଯୋଗକରି କାର୍ଯ୍ୟକଲେ ଅନେକାଶଂରେ ରୋକାଯାଇପାରିବ ବୋଲି ଏହି ବୈଠକରେ ମତ ପୋଷଣ କରାଯାଇଥିଲା । ତେଣୁ ଆନ୍ଧ୍ର ରାଜ୍ୟର ଶ୍ରୀକାକୁଲମ ଜିଲା ପୋଲିସ ପକ୍ଷରୁ ଗଜପତି ଜିଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଥିଲା । ଆନ୍ଧ୍ର ପୋଲିସ ପକ୍ଷରୁ ଶ୍ରୀକାକୁଲମ ଜିଲାର ଡି.ଏସ୍.ପି. ପି.ଆର୍. ପ୍ରସାଦ, ସର୍କଲ ଇନ୍ସିପେକ୍ଟର ଆର୍.ରବି ପ୍ରସାଦ, ଏସ୍.ଆଇ. ଟି. ରାଜେଶ, ଏସ୍.ଆଇ. ସିଦ୍ଧାର୍ଥ ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ସହରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତଥିଲେ ।

Advertisement