ପାରଳାଖେମୁଣ୍ଡି,୧୮/୧୦(ପ୍ରଭାତ ପାତ୍ର ) :ଚଳନ୍ତା ବାଇକରୁ ଖସି ମହିଳା ମୃତ। ମୃତକ ଜଣକ ହେଉଛନ୍ତି 55 ବର୍ଷିୟା ତାମଡା ଚିଲକାମ୍ମା। ତାଙ୍କ ଘର ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟା ବୋଲି ଜଣାପଡିଛି। ନିଜ ଜୁଇଁ ରାଜୁ ଚିନାରାଓଙ୍କ ସହ ବାଇକରେ ଯାଉଥିବା ବେଳେ ଗୋଷାଣୀ ଗ୍ରାମର ଏକ ସ୍ପିଡ ଵ୍ରେକର ନିକଟରେ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତୁରନ୍ତ ତାଙ୍କୁ ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗୂରାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।


















