ଗଜପତି,୩୧/୭(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ରାୟଗଡା ଥାନା ଅନ୍ତର୍ଗତ ମାଲବା ଘାଟରେ ଡିଜେଲ ଓ ପେଟ୍ରୋଲ ବୋଝେଇ ଟ୍ରକ୍ ଆସୁଥିବା ବେଳେ ବେକ୍ର ଫେଲ ହେବା ଯୋଗୁଁ ଟ୍ୟାଙ୍କର ଦୁଘଟଣା ଗ୍ରସ୍ତ ହେଉଛି। ଏଥିରେ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଗୋରୁତର ହୋଇଛି। ଟ୍ୟାଙ୍କରରେ ଥିବା ୧୦ ହଜାର ଲିଟର ଡିଜେଲ ଓ ୧୦ ହଜାର ଲିଟର ପେଟ୍ରୋଲ ରାସ୍ତାରେ ବୋହି ନଷ୍ଟ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ପାରାଦୀପ ହିନ୍ଦୁସ୍ଥାନ ପେଟ୍ରୋଲିୟମ କମ୍ପନୀରୁ ଏକ ଟ୍ୟାଙ୍କର ୨୦ ହଜାର ଲିଟର ଡିଜେଲ ଓ ପେଟ୍ରୋଲ ବୋଝେଇ ମାଲବା ଘାଟିଦେଇ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଟ୍ୟାଙ୍କରଟିର ବ୍ରେକ୍ ଫେଲ୍ ଘଟିବା ଯୋଗୁଁ ଟ୍ୟାଙ୍କରଟି ପାହାଡରେ ଯାଇ ଜୋରରେ ଧକ୍କା ଦେବା ଯୋଗୁଁ ଡ୍ରାଇଭର ଓ ହେଲପର ଛିଟିକି ପଡିଥିଲେ। ଏଥିରେ ଡ୍ରାଇଭର ସୁନାଗର ରଇତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ହେଲପର ପିଙ୍କୁ ସାହୁ ସାମାନ୍ୟ ଆହତ ହୋଇଥିଲେ। ଅଂଚଳବାସି ଦୁହିଁଙ୍କୁ ଉଧ୍ୟାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଟ୍ୟାଙ୍କର ଫାଟି ଯିବା ଯୋଗୁଁ ଗଛିତ ଥିବା ଡିଜେଲ ଓ ପେଟ୍ରୋଲ ରାସ୍ତାରେ ବୋହି ଯାଉଛି। ଏହି ଖବର ରାୟଗଡା ପୋଲିସ ଜାଣିବା ପରେ ଘଟଣାର ଅନୁସନ୍ଧାନ ଜାରି ରଖିଛି ।