Saturday, October 3, 2026
ADVERTISEMENT
Home ଆଞ୍ଚଳିକ ବସ୍ତି ବାସିନ୍ଦାଙ୍କୁ ଭୂମି ଉପଯୋଗି ପ୍ରମାଣ ପତ୍ର ପ୍ରଦାନ

ବସ୍ତି ବାସିନ୍ଦାଙ୍କୁ ଭୂମି ଉପଯୋଗି ପ୍ରମାଣ ପତ୍ର ପ୍ରଦାନ

544
ADVERTISEMENT

ଗଜପତି ,୧୪/୧୦,(ପ୍ରଭାତ କୁମାର ପାତ୍ର ) : ରାଜ୍ୟ ସରକାରଙ୍କ ଜାଗା ମିଶନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୈାରପରିଷଦ ଆରମ୍ଭ ହୋଇଛି। ବସ୍ତିକୁ ବାସପଯୋଗି ବସତିରେ ପରିଣତ କରିବା ପାଇଁ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ମିଶନ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟାକାରି କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୈାରପରିଷଦ ନିର୍ବାହ ଅଧିକାରୀ ଅଶୋକ କୁମାର ରାଉତ ଜଣାଇଛନ୍ତି ଯେ ପୈାରପରିଷଦରେ ମୋଟ ୮୧୦ ଜଣଙ୍କୁ ଏହି ପ୍ରମାଣ ପତ୍ର ଦିଆଯିବ। ଆଜି ପ୍ରଥମ ଦିନରେ ୨୧୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଗତ କାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୈାରପରିଷଦ ତରଫରୁ ଚାଲୁ ରହିବ।

Advertisement