ADVERTISEMENT
Home ଆଞ୍ଚଳିକ ପ୍ରବଳ ବର୍ଷା ଯୋଗୁଁ ଭୁଷୁଡି ପଡିଲା ଘର

ପ୍ରବଳ ବର୍ଷା ଯୋଗୁଁ ଭୁଷୁଡି ପଡିଲା ଘର

186
ADVERTISEMENT

ଗଜପତି,୧୩/୧୦,(ପ୍ରଭାତ ପାତ୍ର) : ପ୍ରବଳ ବର୍ଷା ଯୋଗୁଁ ଭୁଷୁଡି ପଡିଲା ଘର। ଘଟଣା ଘଟିଛି ପାରଳାଖେମୁଣ୍ଡି ସୁବାସ ନଗର ଠାରେ। ରାତି ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ମାଟି କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଲା। ଅଳ୍ପକେ ବର୍ତ୍ତିଲେ ହରିଶ୍ଚନ୍ଦ୍ର ନାଗବଂଶଙ୍କ ପରିବାର ପାଞ୍ଚ ଜଣ ସଦସ୍ୟ। ବର୍ଷା ଯୋଗୁଁ ଘରଭିତରେ ପାଣି ପଡ଼ୁଥିବାରୁ ଶୋଇ ପାରିନଥିଲେ ଲୋକେ। ଏହି ସମୟରେ ମାଟି କାନ୍ଥଟି ଭୁଶୁଡି ପଡିଥିଲା। ଫଳରେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ସମସ୍ତ ସଦସ୍ୟ। କାନ୍ଥ ଭୁଷୁଡି ଯିବାରୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡିଲେ ପରିବାରର ଲୋକେ। ତେବେ ଏମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି ।

Advertisement