Thursday, November 12, 2026
ADVERTISEMENT
Home ଆଞ୍ଚଳିକ ରତ୍ନପୁର ରାଜପଥ ଜଗଦଳପୁର ମୋଡ଼ ଠାରେ ଆମ୍ବୁଲାନ୍ସ ଧକ୍କାରେ ଦୁଇ ଯୁବକ ଗୁରୁତର ଆହାତ

ରତ୍ନପୁର ରାଜପଥ ଜଗଦଳପୁର ମୋଡ଼ ଠାରେ ଆମ୍ବୁଲାନ୍ସ ଧକ୍କାରେ ଦୁଇ ଯୁବକ ଗୁରୁତର ଆହାତ

162
ADVERTISEMENT

କୁକୁଡାଖଣ୍ଡି,୧୦/୧୦(ଇ.ରଞ୍ଜନ) :ଆଙ୍କୁଶପୁର ସଦର ଥାନା ଅନ୍ତର୍ଗତ ରତ୍ନପୁର ଜଗଦଳପୁର ବାଙ୍କ ଠାରେ ଗୁରୁବାର ରାତ୍ରି ୧0ସମୟରେ ଆମ୍ବୁଲାନ୍ସ ଧକ୍କାରେ ଦୁଇ ଯୁବକ ଦୃଘଟଣାରେ ଗୁରୁତର ଆହାତ ହୋଇ ଜଣେ ବ୍ରହ୍ମପୁର ବଡ଼ଡାକ୍ତର ଖାନାରେ ଚିକିତ୍ସାଧିନ ଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ କଟକ ସ୍ଥାନାନ୍ତର କରାଯାଇଛି l ମିଳିଥିବା ସୂଚନା ମୁତାବକ ଦୁଇ ଯୁବକଙ୍କ ଘର ଜଗଦଳପୁର ଭଣ୍ଡାରୀ ସାହିର ରିକ୍ସା ଚାଳକ ଶିବ ଡାକୁଆ (30) ଶୁଣ୍ଡି ସାହି ଟୁକୁ ଡାକୁଆ(28) ଏମାନେ ଦୁହେଁ ବ୍ରହ୍ମପୁରରୁ ନିଜ କାର୍ଯ୍ୟ ସାରି ଗାଁ ଅଭିମୁଖେ ରାତ୍ରି ସମୟରେ ଯାଉଥିବା ବେଳେ ଠିକ ରତ୍ନପୁର ଏବଂ ଗାଁ ନିକଟରେ ଥିବା ମୋଡ଼ରେ ରିକ୍ସା ଟି କାଟି ଗାଁ କୁ ଯିବାପାଇଁ ପ୍ରସ୍ତୁତ ଥିବା ବେଳେ ରତ୍ନପୁର ଦେଇ ଏକ ଆମ୍ବୁଲାନ୍ସ ଆସି ଧକ୍କା ଦେବା ଫଳରେ ଉଭୟ ଦୃଘଟଣାରେ ଶିକାର ହୋଇଥିଲେ l

Advertisement