ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଦାୟ କାଳିନ ସମ୍ବର୍ଧନା ସଭା

196
ADVERTISEMENT

ଆସ୍କା ,୩୧/୭ ଏଜେନସି : ଆସିକା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ତରଫରୁ ଏକ ବିଦାୟ କାଳିନ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଛି I ବର୍ତମାନ ର ଅଧ୍ୟକ୍ଷ ପ୍ରଫେସର ସି. ଏଚ. ସନ୍ତୋଷ କୁମାର ସୁବୁଦ୍ଧି, ବରିଷ୍ଠ କିରାଣୀ ଶ୍ରୀ ରାମ ଶରଣ ମହାପାତ୍ର, ପୁରାତନ ଇଂରାଜି ବିଭାଗ ମୁଖ୍ୟ ଡ଼ଃ. ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଜୁଲଜୀ ବିଭାଗ ମୁଖ୍ୟ ଡ଼ଃ. ଦେବୀ ସାମନ୍ତ, ରାଜନୀତି ବିଭାଗ ମୁଖ୍ୟ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ନାହାକ ଓ ପିଅନ ଶ୍ରୀ ରାମ ଦାସ ଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଟିକୁ ଇଂରାଜି ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ. ତାରା ପ୍ରସାଦ ଦାସ ସଭାପତିତ୍ୱ କରୁଥିବା ବେଳେ ଇତିହାସ ବିଭାଗ ମୁଖ୍ୟ ତଥା କର୍ମଚାରୀ ସଂଘର ସମ୍ପାଦକ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରୁଥିବାର ଜଣାଯାଇଛି I ଉକ୍ତ ଅବସର କାଳିନ ଉଛବ କୁ ସମ୍ପୂର୍ଣ୍ଣ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅଧ୍ୟାପିକା ଡ଼ଃ. ସ୍ମିତା ରାଣୀ ପଣ୍ଡା, ଅଧ୍ୟାପକ ସରୋଜ କୁମାର ପଣ୍ଡା, ଦେବବ୍ରତ ସାହୁ, ସନ୍ତୋଷ କୁମାର ପ୍ରଧାନ, ଧନଞ୍ଜୟ ମହାପାତ୍ର, ସୁଧୀର କୁମାର ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I

Advertisement