Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ମା ମହୁରୀ କାଳୁଆ ପର୍ଯ୍ୟଟନ ପୀଠରେ ପୋଲିସ ଫାଣ୍ଡି ସ୍ଥାପନ ନିମନ୍ତେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି...

ମା ମହୁରୀ କାଳୁଆ ପର୍ଯ୍ୟଟନ ପୀଠରେ ପୋଲିସ ଫାଣ୍ଡି ସ୍ଥାପନ ନିମନ୍ତେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଙ୍କୁ ସ୍ମାରକ ପତ୍ର

216
ADVERTISEMENT

କୁକୁଡାଖଣ୍ଡି,୧/୧୦(ଇ.ରଞ୍ଜନ ) : ବ୍ରହ୍ମପୁର ସଦର ଓ ଦିଗପହଣ୍ଡି ପୋଲିସ ଥାନା ଅନ୍ତର୍ଗତ ମା ମହୁରୀ କଳୁଆ ପୀଠ ବ୍ରହ୍ମପୁର ଠାରୁ ମାତ୍ର୧୨କିମି ଦୂରରେ ଅବସ୍ଥିତ।ମାତ୍ର୧୨କିମି ଦୂରରେ ଅବସ୍ଥିତ। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପର୍ଯ୍ୟଟନ ସ୍ଥଳୀରେ ମାଁ କାଳୁଆ ଙ୍କ ମନ୍ଦିର ପ୍ରାଚୀନଯୁଗରୁ ଅବସ୍ଥିତ ମାଁଙ୍କ ଦର୍ଶନ ନିମନ୍ତେ ଅନେକ ପର୍ଯ୍ୟଟକ ଆସି ବଣ ଭୋଜି କରି ମଜାନିଅନ୍ତି । ଏହି ଅଞ୍ଚଳ କୁ ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାନ୍ତି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ପର୍ଯ୍ୟଟନ ବିଭାଗର ଏହି ପର୍ଯ୍ୟଟନ ସ୍ଥଳ ଉପରେ ବିଶେଷ ଧ୍ୟାନ ରହିନାହିଁ। ବେଳେ ବେଳେ ଏହି ପୀଠର ରାସ୍ତା ଅରଣ୍ୟରେ ଭରପୁର ଥିବା ଯୋଗୁଁ ଜନଶୂନ୍ୟ ମଧ୍ୟରେ ଏହି ପୀଠ ରହିଥିବା ବେଳେ ବହୁ ସମୟରେ ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପ ମାନଙ୍କ ପଦ୍ରୁଭବ ମଧ୍ୟ ଏଠାରେ ବଢିଚାଲୁଛି । ଯାହା ଫଳରେ ପର୍ଯ୍ୟଟକ ମାନେ ନିଜକୁ ନିରାପଦ ମଣୁଁ ନାହାଁନ୍ତି। ବିଭିନ୍ନ ସମୟରେ ଚୋରି, ଡକାୟତି ମହିଳାମାନଙ୍କ ପ୍ରତି ଅସଦବ୍ୟବହାର ହେଉଥିବା ମଧ୍ୟ ନଜିର ରହିଛି । କିଛି ବର୍ଷ ପୂର୍ବେ ପୋଲିସ ଫାଣ୍ଡି କରାଯାଇଥିଲା। କିନ୍ତୁ କାଳ କ୍ରମେ ତାହା ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଏହି ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ଏକ ପୋଲିସ ଫାଣ୍ଡି ସ୍ଥାପନ କରିବା ନିମନ୍ତେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଙ୍କୁ ବଜେପି କର୍ମକର୍ତ୍ତା ମାନେ ନିବଦେନ କରିଛନ୍ତି । ଏହି ଅଞ୍ଚଳର ପ୍ରତିନିଧି ମଣ୍ଡଳୀରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟ ନନ୍ଦ ଦାସ, ସଞ୍ଜୟ ପାତ୍ର (ସାମାଜିକ କର୍ମୀ)ସଦାନନ୍ଦ ମହାଙ୍କୁଡ଼ ଏବଂ ରବୀନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ଡ଼ି.ଆଇ.ଜି ସତ୍ୟବ୍ରତ ଭୋଇ ଏସପିଙ୍କୁ ଉକ୍ତ ପୀଠକୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେବା ତାହାର ଅନୁଧ୍ୟାନ ପରେ ନିଷ୍ପତ୍ତି ନିଶ୍ଚିତ ନେବା ସହ ଫାଣ୍ଡିସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Advertisement