ପାରଳାଖେମୁଣ୍ଡି,୨୯/୯(ପ୍ରଭାତ ପାତ୍ର ) ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଧରପଗଡ ଆରମ୍ଭ କରିଛି ପାରଳାଖେମୁଣ୍ଡି ପୋଲିସ। କରୋନା କଟକଣାକୁ ବେଖାତର, ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା ନ କରିବା, ଏତତ୍ ବ୍ୟତୀତ ବାଇକ ଓ ହେଲମେଟ, ସିଟ୍ ବେଲ୍ଟ ବ୍ୟବହାର, ଗାଡ଼ି ଗୁଡ଼ିକରେ ସଂଖ୍ୟାଧିକ ଲୋକ ଯାତାୟତକୁ ରୋକ୍ ଦେବାକୁ ଠାଏଁ ଠାଏଁ ଜଗି ରହିଛି ପୋଲିସ। ଏସ୍ପିଙ୍କ ନିର୍ଦ୍ଦେଶରେ ଅମାନିଆଙ୍କୁ ଠିକ୍ ରାସ୍ତାକୁ ଆଣିବା ପାଇଁ ପ୍ରୟାସ ଜୋରଦାର କରାଯାଇଛି। ମାସ୍କ ନ ପିନ୍ଧିବା, ହେଲମେଟ ସିଟ୍ ବେଲ୍ଟ ବ୍ୟବହାର ନ କରିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯାଉଛି। କରୋନା ସଙ୍କଟ ସମୟରେ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କଟକଣାରେ ସରକାର କିଛି କୋହଳ କରିବା ପରେ କେତେକାଂଶରେ ଲୋକଙ୍କ ମଧ୍ୟରେ ଉଦାସୀନତା ଦେଖାଦେଇଥିଲା। କୋଭିଡ ନିୟମ ଅବମାନନା ଫଳରେ ସଂକ୍ରମଣର ଭୟ ଲାଗିରହିଛି। ତେବେ ଏଥିପ୍ରତି ସତର୍କ ରହିବାକୁ ସଦର ଆଦର୍ଶ ଥାନା ଆଇଆଇସିଙ୍କ ନେତୃତ୍ୱରେ ବ୍ୟାପକ ଭାବେ ତନଖି ଜାରି ରଖିଛି ବିଭାଗ।



















