Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ ମରାମତି ହେଲା ବିଦ୍ୟାଳୟ ମୁଖ୍ୟ ରାସ୍ତା

ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ ମରାମତି ହେଲା ବିଦ୍ୟାଳୟ ମୁଖ୍ୟ ରାସ୍ତା

370
ADVERTISEMENT


ହିଂଜିଳିକାଟୁ, ୩୧ା୭ (ଶେଷଦେବ ସାହୁ): ହିଂଜିଳି ବ୍ଳକ ରାଳବ ଗ୍ରାମର ବିଷ୍ଣୁ ମନ୍ଦିର ସାହି ଠାରୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଲମ୍ବିଥିବା ରାସ୍ତାଟି ଦୀର୍ଘ ଦିନ ଧରି କଦର୍ଯ୍ୟ ହୋଇ ପଡ଼ିଥଲା । ସଂପୃକ୍ତ ଗ୍ରାମର ବିଷ୍ଣୁ ମନ୍ଦିର ସାହିରୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାତାୟତ କରୁଥିବା ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଥିବା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ଗଣମାଧ୍ୟମ ରେ ବୁଧବାର ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପ୍ରକାଶନ ପରେ ପ୍ରଶାସନା ଚେତା ପଶିଥିବାରୁ ଅଂଚଳବାସୀ ସଂପୃକ୍ତ ଗଣମାଧ୍ୟମ ନିୟୁଜର ସମ୍ପାଦକଙ୍କୁ ଧନ୍ୟବାଦ ଞାପନ କରିଛନ୍ତି ।



Advertisement