ଦୁଷ୍କର୍ମ କାରୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ୧୦ହଜାର ଟଙ୍କା ଜୋରିମାନା

152
ADVERTISEMENT

ବାଲିଗୁଡା, ୩୦/୭ ଏଜେନସି :ଏକ ଦୁଷ୍କର୍ମମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତ ବେହର ଦଲାଇ ଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାରେ ମଙ୍ଗଳବାର ଦଣ୍ଡିତ କରିଛନ୍ତି I ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୫ ମସିହା ଏପ୍ରିଲ ମାସ ୯ତାରିଖ ଦିନ ରାତ୍ରରେ ବାଲିଗୁଡା ଥାନା ନିକଟସ୍ଥ ଦଡ଼କଙ୍ଗିଆ ଗ୍ରାମର ୨୨ବର୍ଷୟା ଯୁବତୀ ଜଣକ ନିଜ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଭଗବତ ବେହର ଦଲାଇ ଉକ୍ତ ଯୁବତୀକୁ ଛୁରୀ ଦେଖାଇ ଭୟଭିତ କରି ଦୁଷ୍କର୍ମ କରିଥିଲା ଏବଂ ଏହିବିଷୟ କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା I ଏହି ବିଷୟ ଯୁବତୀ ଜଣକ ଭୟରେ କାହାକୁ କହିନଥିଲା, ଏହାର ସୁଯୋଗ ନେଇ ଅଭିଯୁକ୍ତ ଭଗବତ ଉକ୍ତ ଯୁବତୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା I ପରବର୍ତ୍ତୀ ସମୟରେ ସାହସ କରି ଯୁବତୀ ଜଣକ ବାଲିଗୁଡା ଥାନାରେ କେଶ ଦେଇଥିଲା I ଏବଂ ତାହା ବାଲିଗୁଡା ଥାନା କେଶ ନଂ. ୬୪/୧୯.୫.୨୦୧୯ ରେ ଏକ ମକଦମା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ I ଏହି ମାମଲାର ମଙ୍ଗଳବାର ଦିନ ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡା ଦେଶ ଶୁଣାଇ ଥିଲେ I ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ପରିଚାଳନା କରିଥିଲେ I

Advertisement