Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ବାଇକ୍ ଚୋର ଗ୍ୟାଙ୍ଗ ଠାବ : ୨୪ଟି ବାଇକ ଜବତ

ବାଇକ୍ ଚୋର ଗ୍ୟାଙ୍ଗ ଠାବ : ୨୪ଟି ବାଇକ ଜବତ

190
ADVERTISEMENT

ଗଜପତି ୭/୯(ପ୍ରଭାତ କୁମାର ପାତ୍ର) : ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ଧରା ପଡ଼ିଛି ବାଇକ୍ ଚୋରା ଗ୍ୟାଙ୍ଗ। ୨୪ଟି ବାଇକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଜିଲ୍ଲାରେ ନୂତନ ଏସ୍ପି ଭାବେ ଯୋଗ ଦେବା ପରେ ପ୍ରଥମ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ତପନ କୁମାର ପଟ୍ଟନାୟକ। ଏହି ଗ୍ୟାଙ୍ଗ ଗଜପତି ଠାରୁ ଲମ୍ବିଛି ଅନ୍ତଃରାଜ୍ୟ ରାକେଟ। ଦୀର୍ଘ ବର୍ଷ ଧରି ଜିଲ୍ଲାରେ ଏହି କାରବାର ଚାଲିଥିଲା। ପ୍ରଥମେ ଗୁରାଣ୍ଡି ଥାନାରେ ନକଲି ନମ୍ବର ଥିବା ଗାଡ଼ି ଠାବ ହୋଇଥିଲା। ପରେ ଏସ୍ପିଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡି ଥାନାରେ ମଧ୍ୟ ଉକ୍ତ ଗାଡ଼ି କିଣାବିକା ଲିଙ୍କ ଥିବା ବାଇକ୍ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଥାନା ଅଧିକାରୀ ନିଜେ ତଦନ୍ତଭାର ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ରୁ ଉର୍ଦ୍ଧ୍ବ ଚୋରା ବାଇକ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଅଞ୍ଚଳରୁ ବିଭିନ୍ନ ସାଙ୍ଗ ମାନଙ୍କ ସହ ମିଶି ଚୋରି କରୁଥିଲା ମୂଖ୍ୟ ଅଭିଯୁକ୍ତ ଅଜିତ ମାଳି। ଏହି ଚୋରି ଗ୍ୟାଙ୍ଗ ବହୁ ଦାମୀ ଗାଡ଼ି ଉପରେ ନଜର ରଖି ଜିଲ୍ଲାର ଉପାନ୍ତ ମୋହନା, ଆର୍ ଉଦୟଗିରି, ନୁଆଗଡ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଏସ୍ପି। ଏ ସଂକ୍ରାନ୍ତରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ ନମ୍ବର ୨୦୮ତାରିଖ ୬.୯ ୨୦୨୦ ଅନୁସାରେ କେସ ରୁଜୁ କରି କାରବାରରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି।

Advertisement