Wednesday, October 7, 2026
ADVERTISEMENT
Home ଆଞ୍ଚଳିକ କୋଭିଡି ଶ୍ମଶାନ ଚିହ୍ନଟପରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

କୋଭିଡି ଶ୍ମଶାନ ଚିହ୍ନଟପରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

222
ADVERTISEMENT

ପାରଳାଖେମୁଣ୍ଡି,୨୭/୮(ପ୍ରଭାତ କୁମାର ପାତ୍ର) : ରାମନଗର ନିକଟସ୍ଥ ସ୍ମଶାନରେ କୋଭିଡ ଶ୍ମଶାନ ଭାବରେ ପ୍ରଶାସନ ପକ୍ଷରୁ ଚିହ୍ନଟ ପରେ ସ୍ଥାନୀୟ ବାସିନ୍ଦାଙ୍କ ଜନଗହଳି ପୁର୍ଣ୍ଣ ଅଞ୍ଚଳରେ ସ୍ମଶାନ ନିର୍ମାଣକୁ ବିରୋଧ, ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରତିବାଦ, ଘଷି ଓ କାଠର ଅଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଦ୍ୟୁତ ଦ୍ବାରା ଶବଦାହ ପାଇଁ ବ୍ୟବସ୍ଥା ନିମନ୍ତେ ଚିହ୍ନଟ ହୋଇଥିଲା ଜାଗା, କାର୍ଯ୍ୟ ଆରମ୍ଭ ହେବା ପୁର୍ବରୁ ଶ୍ମଶାନ ନିକଟରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ।ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କ ସହ ଆଲୋଚନା ପରେ ମଧ୍ୟ କୌଣଶି ନିଷ୍କର୍ଷ ବାହାରି ନଥିବା ବେଳେ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ସ୍ଥାନୀୟ ବାସିନ୍ଦାଙ୍କ ନେତୃତ୍ୱ ସହ ସନ୍ଧ୍ୟାରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପରବର୍ତ୍ତୀ ସମୟରେ ହିଁ ସ୍ୱଷ୍ଟ ହେବ ପୁର୍ବରୁ ଚହ୍ନଟ ହୋଇଥିବା ସ୍ଥାନରେ ସ୍ମଶାନ ନିର୍ମାଣ ହେଉଛି ନା ନୁଆଁ ସ୍ଥାନ ଚିହ୍ନଟ ପାଇଁ ବାଧ୍ୟ ହୋଇ ପଦକ୍ଷେପ ନେଉଛି ।

Advertisement